ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ ଘୋଷଣା କରିଛନ୍ତି । ନୂଆ ଗାଇଡ ଲାଇନ ଅନୁସାରେ ରାଜ୍ୟରେ କୈାଣସି ସ୍ଥାନରେ ରହିବ ନାହିଁ ସପ୍ତାହନ୍ତ ସଟଡାଉନ । କରୋନା ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି ।
ଏହି ନୂଆ ଗାଇଡଲାଇନ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ ନିୟମ ବଳବତ୍ତର ରହିବ । ବିବାହ କାର୍ଯ୍ୟରେ ଏଣିକି ୨୫୦ ଜଣ ଉପସ୍ଥିତ ରହିପାରିବେ । ଏବଂ ଏହାସହ ସୁଦ୍ଧିକ୍ରିୟାରେ ମଧ୍ୟ ୨୫୦ ଜଣ ରହିପାରିବେ ବୋଲି ଗାଇଡ ଲାଇନ ଜାରି କରାଯାଇଛି । ପରିବାର, ପୁରୋହିତ , ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ମୋଟ ୨୫୦ ଜଣ ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ଶୋଭାଯାତ୍ରା ହୋଇପାରିବ । ସମସ୍ତ ମ୍ୟୁଜିୟମ, ପାଠାଗାର , କୋଭିଡ ନିୟମମାନି ଖୋଲିପାରିବେ ।
ରାଜ୍ୟରେ ଏଣିକି ସକାଳ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାରା ରାଜ୍ୟରେ ସମସ୍ତ ପୈାରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରହିବ । ସେହିପରି ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ସବୁ ପୈାରାଞ୍ଚଳରେ ନାଇଟ କର୍ଫ୍ୟୁ ରହିବ । ଯଦି କୈାଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିହୁଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଜାରି କରିପାରିବେ । ଲୋକମାନଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।