ପୁରୀ (ଏଟିଆର ବ୍ୟୁରୋ): ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ।
୨ ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ଏହାକୁ ନିର୍ମଣ କରିବା ପାଇଁ ୫ ଘଣ୍ଟା ସମୟ ଲାଗିଥିଲା ।