କୋଲକାତା ( ଏଟିଆର ବ୍ୟୁରୋ): ପୁଣି ପଶ୍ଚିମବଙ୍ଗରେ ଧସେଇ ପସିଲା ବିଜେପି । ଟିଏମସି ଗଡରେ ବିଜେପି ଦିନକୁ ଦିନ ତାର ଦବଦବା ଦେଖାଇ ଚାଲିଛି । ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ବଡ ସଫଳତା ମିଳିଥିବା ବେଳେ ଏବେ ମୁନିସପାଲିଟି ନର୍ବାଚନରେ ମଧ୍ୟ ମୋଦି ମ୍ୟାଜିକ କାମ କରିଛି । ସୂଚନା ଅନୁସାରେ ଗତକାଲି ଭାଟପାରାରେ ମୁନିସପାଲଟି ନିର୍ବାଚନରେ ବିଜେପି ପୁରା ୨୬ ଟି ଆସନକୁ ନିଜ ଦଖଲକୁ ନେଇଛି ।
ଏମିତିିକି ଏଠାରେ ଟିଏମସି ନିଜର ଖାତା ମଧ୍ୟ ଖୋଲିବାକୁ ଅସମର୍ଥ ହୋଇଛି । ଯାହାକୁ ନେଇ ଏବେ ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ । ଗତ ଲୋକସଭା ନିର୍ବାଚନ ପରଠାରୁ ଲଗାତାର ଭାବେ ବିଜେପି ମମତାଙ୍କୁ ଅକଳରେ ପକାଇ ଚାଲିଛି । ଜୟ ଶ୍ରୀରାମ ନାରାକୁ ନେଇ ଆରମ୍ଭ ହୋଇଥିବା ବିବାଦରେ ବିଜେପି ପକ୍ଷରୁ ୧୦ ଳକ୍ଷ ଜୟଶ୍ରୀରାମ ଲେଖା ପୋଷ୍ଟ କାର୍ଡ ଦିଦିଙ୍କୁ ବିଜେପି ପ୍ରେରଣ କରାଯାଇଛି ।
ସେହିଭଳି ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ଦିଦିଙ୍କୁ ଅକଳରେ ପକାଇଲାଣି ବିଜେପି । ଗୋଟିଏ ପରେ ଗୋଟିଏ ବିଧାୟକ ବିଜେପିକୁ ଡିଆଁ ମାରୁଥିବା ବେଳେ ଦିଦିଙ୍କ ଚୌକି ଆଗକୁ ରହିବ କି ନାଁ ତାକୁ ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ବର୍ତ୍ତମାନ କିନ୍ତୁ ମୁନିସପାଲିଟି ନର୍ବାଚନରେ ଟିଏମସିକୁ ଏକ ବଡ ଝଟକା ଦେଇଛି ବିଜେପି । ତେବେ ଏନେଇ ଏଯାବତ ଦିଦିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।