ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଶ୍ଚିମଙ୍ଗକୁ ମିଳିଥିବା ରସଗୋଲା ଟ୍ୟାଗକୁ ଓଡିଶା ଚ୍ୟାଲେଞ୍ଜ କରି ଆସୁଥିଲା । ତେବେ ଏହି ମାମଲାରେ ଓଡିଶାକୁ ଝଟକା ଲାଗିଛି । ପୂର୍ବଭଳି ବେଙ୍ଗଲୀ ରସଗୋଲା ଟ୍ୟାଗ ବଳ ବତ୍ତର ରହିବ । ଏନେଇ ଜିଆଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ବେଙ୍ଗଲୀ ରସଗୋଲା ଟ୍ୟାଗକୁ ରଦ୍ଦ କରିବା ପାଇଁ ଦାବି କରି ଆସୁଥିବା ଓଡିଶା ନିର୍ଦ୍ଧାରିତ ସମୟ ମଧ୍ୟରେ ପକ୍ଷ ନରଖି ପାରିବାରୁ ଓଡିିଶାର ଦାବିକୁ ପ୍ରତ୍ୟାଖାନ କରାଯାଇଛି । ସୂଚନାଯୋଗ୍ୟ ଓଡିଶା ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ ମିଳିଛି ।
ମାତ୍ର ଓଡିଶା ପକ୍ଷରୁ ପଶ୍ଚିମବଙ୍ଗ ‘ ବେଙ୍ଗଲର ରସଗୋଲା’ କୁ ମିଳିଥିବା ଜିଆଇ ଟ୍ୟାଗକୁ ରଦ୍ଦ କରିବା ପାଇଁ ଓଡିଶା ଦାବି କରିଥିଲା । ଓଡିଶା ଦାବି କରିଥିଲା ରସଗୋଲା ହେଉଛି ଓଡିଶାର । ରସଗୋଲା ଜଗନ୍ନାଥ ସଂସ୍କୃତି ସହିତ ଜଡିତ । ଦ୍ୱାଦଶ ଖ୍ରୀଷ୍ଟାବ୍ଦରୁ ଓଡିଶାରେ ରସଗୋଲା ଚାଲି ଆସୁଛି । ୨୦୧୭ରେ ବଙ୍ଗଳାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶା ସରକାର ଓ ମିଠା ବ୍ୟବସାୟୀ ସଂଘ ଏହାକୁ ଚ୍ୟାଲେଞ୍ଜ କରିଥିଲେ ।