ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପଶ୍ଚିମ ଓଡିଶାର ମା’ ମାଟିର ପର୍ବ ନୂଆଁଖାଇ । ଏହାକୁ ଗଣପର୍ବ ବା ଭାଇଚାରାର ପର୍ବ ବୋଲି ମଧ୍ୟ କୁହାଯାଏ । ଏନେଇ ଉତ୍ସବମୁଖର ହୋଇପଡିଛି ସମଗ୍ର ପଶ୍ଚିମ ଓଡିଶା ।
ପ୍ରତ୍ୟେକ ବର୍ଷ ଗଣେଶ ପୂଜା ପର ଦିନ ଏହି ପର୍ବ ପାଳନ କରାଯାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହି ପର୍ବ ପାଳନ କରିଥାନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ସମଲେଶ୍ୱରୀ ପୀଠ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଆଜି ମା’ଙ୍କୁ ନୂଆ ବସ୍ତ୍ର ଓ ଅଳଙ୍କାର ଧାରଣ କରାଯାଇ ନବାନ୍ନ ଲାଗି କରାଯିବ । ତାପରେ ଯାଇ ଲୋକେ ନୂଆ ଖାଇବେ । ସେଥିପାଇଁ ପ୍ରତ୍ୟେକ ଘରେ ଘରେ ଚାଲିଛି ପିଠାପଣା ।
ପାରମ୍ପରିକ ଅନୁଯାୟୀ ଲୋକେ ପିଠା ପଣା ନବାନ୍ନ ଖାଇ ସାରି ଗ୍ରାମରେ ଥିବା ସମସ୍ତ ବୟୋଜେଷ୍ଟ ମାନଙ୍କୁ ଭେଟି ପ୍ରଣାମ କରିବାର ନିୟମ ରହିଛି । ଆଜିକାଲିର ଆଧୁନିକ ଯୁଗରେ କିଛି ପର୍ବ ହଜି ଯାଇଥିଲେ ମଧ୍ୟ ପଶ୍ଚିମ ଓଡିଶାରେ ଏହି ପର୍ବ ଖୁବ୍ ଧୁମ୍ ଧାମ୍ ରେ ପାଳନ କରାଯାଉଛି ।
ନୂଆଁଖାଇ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍। #NuakhaiJuhar pic.twitter.com/gmMgMkZooQ
— Naveen Patnaik (@Naveen_Odisha) September 14, 2018
ସେହିପରି ବାଲୁକାଶିଳ୍ପୀ ସୁର୍ଦଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶିତ କରି ନୂଆଁଖାଇ ଜୁଆର ଜଣାଇଛନ୍ତି ।