ବଲାଙ୍ଗିର (ଏଟିଆର ବ୍ୟୁରୋ):ପୁଣି ତେଜିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି । ଆସନ୍ତା ଫେବୃଆରୀ ୫ରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଓ ବିସିଆଇକୁ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପ୍ରସ୍ତାବ ନେଇ ପ୍ରତିବାଦସ୍ଵରୂପ ଏହି ବନ୍ଦ ଡାକରା ଦିଆଯାଇଛି । ଓକିଲମାନେ ଦୀର୍ଘଦିନ ହେବ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଗଠନ କରିବା ନିମନ୍ତେ ଆନ୍ଦୋଳନ ଜାରି ରଖିଛନ୍ତି । ପଶ୍ଚିମ ଓଡିଶାର ସମସ୍ତ ବାରର ଓ ଓକିଲ ସଂଘଙ୍କ ମିଳିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଆସନ୍ତା ଫେବୃଆରୀ ୫ତାରିଖ ସମଗ୍ର ପଶ୍ଚିମ ଓଡିଶା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ଦ ସମୟରେ ଦୋକାନ ବଜାର, ସରକାରୀ ଅଫିସ ବନ୍ଦ ରଖିବାକୁ କୁହାଯାଇଛି । ଯଦି ଆନ୍ଦୋଳନ ସମୟରେ ସେମାନଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନିଆଯିବ ତେବେ ସେମାନେ ଦୃଢ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ସରକାର ନିଷ୍ପତ୍ତି ନିଅନ୍ତୁ ଯେ ପଶ୍ଚିମ ଓଡ଼ିଶାର କେଉଁଠି ସ୍ଥାୟୀ ବେଞ୍ଚ ହେବ । କେନ୍ଦ୍ର ଓ ରାଜ୍ୟ ସରକାର ଟାଳଟୁଳ ନୀତି ଛାଡ଼ନ୍ତୁ। ଯଦି ଓକିଲଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ହେଲେ କଠୋର ନିଷ୍ପତ୍ତି ନେବୁ ବୋଲି ସମ୍ବଲପୁର ବାର ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ ସୂଚନା ଦେଇ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ଜଣଙ୍କର ବି ଲାଇସେନ୍ସ ବାତିଲ ହୁଏ ତେବେ ଆମେ ସଭିଏଁ ନିଜ ନିଜର ଲାଇସେନ୍ସ ସରେଣ୍ଡର କରିବୁ ବୋଲି କହିଛନ୍ତି ।