ଭୁବନେଶ୍ୱର,(ଏଟିଆରବ୍ୟୁରୋ): ୨୪ଘଣ୍ଟା ତୟାର ଥିଲା । ଚୋରା ମଦ ବେପାରୀଙ୍କ ନିଦ ହଜାଇ ଦେଇଥିଲା । ସେକ୍ସ ର୍ୟାକେଟ ଓ ବନ୍ଧୁକ କାରବାର କଥା ତ’ ନକହିଲେ ଭଲ । ସବୁଠି ଚଢ଼ାଉ କରି ନିଜର ପାରିବା ପଣିଆ ଦେଖାଉଥିବା କୁଇକ ଆକ୍ସନ ଟିମ୍ ଏବେ କୁଆଡେ ଗଲା? ଏ ପ୍ରଶ୍ନ ଆମର ନୁହେଁ ବରଂ ସହରବାସୀଙ୍କର । ୨୦୧୩ରେ ପ୍ରଥମ କରି ଜନ୍ମ ନେଇଥିଲା କ୍ୟୁଏଟି । ତକ୍ରାଳୀନ ପୁଲିସ କମିଶନର ରାଜେନ୍ଦ୍ର ପ୍ରଶାଦ ଶର୍ମା ଆରମ୍ଭ କରିଥିଲେ କ୍ୟୁଏଟି ସେବା ।
ଲକ୍ଷ୍ୟ ଥିଲା ଅତି ନିକଟରୁ ଲୋକଙ୍କୁ ସେବା ଯୋଗାଇବା । ଖାସ ଏଥିପାଇଁ ତ’ ୨୪ଘଣ୍ଟା ପୂା ଦୈତ ନଗରୀରେ ଆର୍ଲଟ ରହୁଥିଲା କ୍ୟୁଏଟି । ହେଲେ ଏବେ ସେହି କ୍ୟୁଏଟି କୁଆଡେ ଗଲା? କାହିଁ ଦେଖା ମିଳୁନି କ୍ୟୁଏଟି କର୍ମଚାରୀଙ୍କ । ଯେତେବେଳେ ବସ୍ତିରେ ଚଢ଼ାଉ କରୁଛି ଅବକାରୀ ବିଭାଗ, ଛାପା ମାରୁଛିନ୍ତି ଖୋଦ ଥାନା ଅଧିକାରୀ, ସେତେବେଳେ କ୍ୟୁଏଟିର ଦେଖା ନମିଳିବା ଏବେ ତା’ର ସଜାଗ ପଣ ଉପରେ ପ୍ରଶ୍ନବାଚୀ ଛିଡା କରିଛି । କେବଳ ଏତିକି ନୁହେଁ ବନ୍ଧୁକ କାରବାର ଉପରେ ଯେତେବେଳେ ଡିସିପିଙ୍କ ନିଜସ୍ୱ ସ୍ପୋଶାଲ ସ୍କ୍ୱାର୍ଡ ଆକ୍ଟିଭ୍ ରହି ଚାରିଆଡେ ଚକ୍କର କାଟୁଛି ଠିକ୍ ସେତିକି ବେଳେ କ୍ୟୁଏଟି ଯେମିତି ବନବାସ ଗଲା ପରି ମନେ ହେଉଛି । ଏହାର କାରଣ ପୁଲିସ ରେକର୍ଡ କହୁଛି ଗତ ୨ମାସ ହେବ କ୍ୟୁଏଟି ସେମିତ୍ି କିଛି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ ।
୨୦୧୪-୧୫ ରେକର୍ଡକୁ ଯଦି ଦେଖାଯାଏ ତେବେ ଅପରାଧୀଙ୍କ ନିଦ ହଜାଇଥିଲା କ୍ୟୁଏଟି । ସେତେବେଳର କ୍ୟୁଏଟି ମୁଖ୍ୟ ଆକାଶ ରଣା ସତେ ଯେମିତି ଅପରାଧୀଙ୍କ ଯମ ପାଲଟିଥିଲେ । ଆଉ ତାଙ୍କରି ତାକତରେ ପୂରା ଛାତି ଚଉଡା କରି ଖାଦି ଦେଖାଉଥିଲା କମିଶନରେଟ ପୁଲିସ । ହେଲେ ଆକାଶ ଯିବା ପରେ ଏବେ ଯେମିତି ସେହି ଛାତି ଜାକି ହୋଇଯାଇଛି । କ୍ୟୁଏଟି ରେକର୍ଡ କହୁଛି କେତେବେଳେ ଚଳନ୍ତା ବସରେ ତ’ ପୁଣି କେତବେଳେ ହୋଟେଲରେ ଚଢ଼ାଉ କରି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସାବାଡ କରାଯାଇଛି । ହେଲେ ର୍ଦୁଭାଗ୍ୟ ଏବେ ସେମିତି କିଛି ନଜରକୁ ଆସୁନାହିଁ ।
ଫଳସ୍ୱରୂପ ରାସ୍ତା ଉପରେ ଚେନ୍ ଛିନତାଇଠୁ ନେଇ ଚୋରା ବନ୍ଧୁକ କାରବାର ଅହେତୁକ ଭାବେ ବଢ଼ି ଚାଲିଛି । ସେତେବେଳ ବାଇକ୍ ଲୁଟେରା ଆକାଶଙ୍କ ନାଁ ଶୁଣି ପ୍ୟାଣ୍ଟରେ ସୁସୁ କରୁଥିବା ବେଳେ ଏବେ ସେମାନେ ତୋଡ ଦେଖାଇ ଉତ୍ପାତ କରୁଛନ୍ତି । ତାଙ୍କୁ କାବୁ କରିବାକୁ ସତେ ଯେମିତି କମିଶନରେଟ ପୁଲିସର ଜୁ ପାଉନାହିଁ ।
ସୂଚନାଯୋଗ୍ୟ, ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ନେଇ ଖୋଦ୍ ଆରପି ଶର୍ମା ୧୦୦ ବଦଳରେ ୯୪୩୮୮୮୪୪୧୧, ୯୪୩୮୮୮୨୨୬୬ ନମ୍ବର ଲୋକଙ୍କ ପାଇଁ ଜାରି କରିଥିଲେ । ହେଲେ ଏହି ନମ୍ବର ଏବେ ସୁଇଚ୍ ଅଫ୍ ଦେଖାଉଛି । ଏଥିରୁ ସ୍ପଷ୍ଟ ଅନୁମେୟ କେତେ ସଜାଗ ଆମ କମିଶନରଙ୍କ କ୍ୟୁଏଟି ଟିମ୍ । ଆଶା କରିବୁ ଏହି ରିପୋର୍ଟ ପରେ ନିଜ ଟିମ୍କୁ ସର୍ତ୍ତକ ଓ ସଜାଗ ରହିବାକୁ ପରାମର୍ଶ ଦେବେ ଖୋଦ ପୁଲିସ କମିଶନର ସତ୍ୟଜିତ ମହାନ୍ତି । ନଚେତ୍ ଆମେ ଭାବିବାକୁ ବାଧ୍ୟ ହେବୁ ଏବେ ଲୋକ ଦେଖାଣିଆ ହୋଇଛି କ୍ୟୁଏଟି ।