ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନନ୍ଦନକାନନର ମହାବଳ ବାଘ ଶୁଭ୍ରାଶୁଂର ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ହୋଇଛି । ଗତ ୧୪ ଦିନ ହେଲା ମହାବଳ ବାଘ ଶୁଭ୍ରାଶୁଂ ବାଘ ସଫାରୀରେ ପଡି ଚିକିତ୍ସିତ ହେଉଥିଲା । ଶନିବାର ପରଠୁ ଶୁଭ୍ରାଶୁଂ ଖାଦ୍ୟ ଗ୍ରହଣ କରୁ ନଥିଲା। ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ଗଠିତ ଏକ ଟିମ ତାର ଚିକିତ୍ସା କରୁଥିଲେ ।
ସୂଚନାଯୋଗ୍ୟ ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ସଂଖ୍ୟା ୭ କୁ ଆସିଛି । ଏହି ମହାବଳ ବାଘର ମୃତ୍ୟୁପରେ ୨୫କୁ ଖସି ଆସିଲା ନନ୍ଦନକାନନ ବାଘ ସଂଖ୍ୟା । ଏବେ ନନ୍ଦନକାନନରେ ୧୨ଟି ଅଣ୍ଡିରା ଓ ୧୩ଟି ମାଈ ବାଘ ରହିଛନ୍ତି । ୨୦୧୪ ଜୁଲାଇ ମାସରେ ନାଲି ବାଘ ମନିଷ ଓ ଧଳା ବାଘୁଣୀ ସ୍ନେହାର ମିଳନରେ ଶୁଭ୍ରାଂଶୁର ଜନ୍ମ ।