କେନ୍ଦ୍ରାପଡା (ଏଟିଆର ବ୍ୟୁରୋ):ବିଜେଡି ବର୍ତ୍ତମାନ ସୁଦ୍ଧା ୧୪୭ରୁ ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରି କେବଳ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଘୋଷଣା ବାକି ରଖିଛି । ଉକ୍ତ ଆଶନରେ ଟିକେଟ ଘୋଷଣା କାର୍ହିକି ବିଳମ୍ବ କରୁଛି ତାହା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । କେନ୍ଦ୍ରାପଡା ଆଶନ ପାଇଁ ଏକାଧିକ ଆଶାୟୀ ରହିଥିବାରୁ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ଡେରି କରୁଛି ନାଁ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ଅଧିକ ଲୋକପ୍ରିୟତା କୁ ମାଥ୍ ଦେବା ପାଇଁ ଦଳ ଅଙ୍କ କଷୁଛି କି କଣ କିଛି ବୁଝି ହେଉନି ।
ଏ ଭିତରେ କିନ୍ତୁ ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କ ନାଁ ସବୁଠୁ ଆଗରେ ରହିଛି । ଯେହେତୁ ଶଶି ଭୁଷଣଙ୍କୁ ଜୟଦେବ ଆସନରୁ ଟିକେଟ ଦିଆଯାଇନାହିଁ କେନ୍ଦ୍ରାପଡାରେ ତାଙ୍କୁ ଥଇଥାନ କରାଯାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ସେଠାରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ତୁହାକୁ ତୁହା ରାଲି ଓ ସମାବେଶ ବିଜେଡି କର୍ମୀଙ୍କୁ ହତଉତ୍ସାହ କରୁଛି ବୋଲି ଚା ଖଟିରୁ ଛକ ସବୁଆଡେ ଆଲୋଚନା ହେଉଛି ।
ଗତକାଲି ବିିଜେପି ସୁନାକର ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ ଘୋଷଣା କରିଛି ଯାହା ଗତ କାଲିଠାରୁ ସେଠାର ରାଜନୈତିକ ପାଣିପାଗକୁ ଆହୁରି ରୋଚକ କରିଛି । ବିଜେପି ପ୍ରାର୍ଥୀ ଦେଇ ସାରିବା ପରେ ମଧ୍ୟ ବିଜେଡି କାହାକୁ ଅପେକ୍ଷା କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରାର୍ଥୀ ଘୋଷଣା ଯେତେ ଡେରି ହବ ପ୍ରଚାରରେ ତାର ସେତିକି ପ୍ରଭାବ ପଡିବ । ଯଦି ବିଜେଡି ଉକ୍ତ ଆସନରେ ତୁରନ୍ତ ପ୍ରାର୍ଥୀ ଘୋଷଣା ନକରେ ଏହାର ମହା ପ୍ରଭାବ ଆଗାମୀ ନିର୍ବାଚନରେ ପଡିବ ବୋଲି କର୍ମୀଙ୍କ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷେ ବିଧାୟକ କିଶୋର ତରେଇ ମଧ୍ୟ ସେହି ଆସନ ପାଇଁ ଆଶାୟୀ ରହିଛନ୍ତି । କିଶୋର ଗୋଷ୍ଠି ମଧ୍ୟ ଆଶା ରଖିଛନ୍ତି ଶେଷ ମୁହୁର୍ତ୍ତରେ ନବୀନ କିଛି ନିଷ୍ପତି ନେଇ ପାରନ୍ତି ।