ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଏବେ ଦେଶରେ ଆରମ୍ଭ ହୋଇଯାଇଛି ଟୀକାକରଣ ଅଭିଯାନ । କୋଭିସିଲ୍ଡ ଏବଂ କୋଭାକ୍ସିନ ଏହି ଦୁଇଟି ଟୀକା ଏବେ ବ୍ୟବହାର ହେଉଛି । ଏହାରି ମଧ୍ୟରେ ଭାରତ ବାୟୋଟେକ ଏକ ଫ୍ୟାକ୍ଟସିଟ୍ ଜାରି କରି କହିଛି କି, କାହାକୁ ଟୀକା ଦିଆଯିବା ଉଚିତ୍ ଏବଂ ଆଉ କାହାକୁ ଦେବା ଉଚିତ୍ ନୁହେଁ ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ରୋଗ ପାଇଁ ଆପଣଙ୍କ ଇମ୍ୟୁନିଟି ପାୱର କମଜୋର ଅଛି ବା ଆପଣ କୌଣସି ଔଷଧ ସେବନ କରୁଛନ୍ତି । ଯାହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ପ୍ରଭାବିତ ହେଉଛି । ତେବେ ସେହି ବ୍ୟକ୍ତି କୋଭାକ୍ିସନ ଟୀକା ଲଗେଇବା ଉଚିତ୍ ନୁହେଁ ।
ଏହାପୂର୍ବରୁ କେନ୍ଦ୍ର ସରକାର କହିଥିଲେ କି, ଯଦି ଆପଣଙ୍କ ଇମ୍ୟୁନିଟି ପ୍ରଭାବିତ ହୁଏ ତେବେ ଆପଣ ଟୀକା ନେଇ ପାରିବେ କିନ୍ତୁ ଏବେ ଭାରତ ବାୟୋଟେକ ପକ୍ଷରୁ ଜାରି କରାଯାଇଥିବା ଫ୍ୟାକ୍ଟସିଟ୍ ରେ ଏଭଳି ଲୋକଙ୍କୁ ଟୀକା ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ଭାରତ ବାୟୋଟେକ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି ନିଜର ରୋଗ ଏବଂ ଶାରିରୀକ ଇମ୍ୟୁନିଟିର ସୂଚନା ଟୀକାକରଣ ଅଫିସରଙ୍କୁ ଦିଅନ୍ତୁ ।
କେଉଁମାନେ କୋଭାକ୍ସିନ ଟୀକା ନେବା ଉଚିତ୍ ନୁହେଁ:
– ଯେଉଁ ଲୋକଙ୍କର ଆଲର୍ଜି ଥିବା ସେମାନେ ଟୀକା ନେବା ଉଚିତ୍ ନୁହେଁ
– ଜ୍ୱର ହେଲେ
– ଯେଉଁ ବ୍ୟକ୍ତି ବ୍ଲିଡିଙ୍ଗ ଡିସଅର୍ଡରରେ ଗ୍ରସ୍ତ ବା ରକ୍ତ ପତଳା କରିବାର ଔଷଧ ସେବନ କରୁଛନ୍ତି ।
– ଗର୍ଭବତୀ ମହିଳା ବା ଯେଉଁମାନେ ସ୍ତନପାନ କରାଉଥିବେ ସେମାନଙ୍କୁ କୋଭାକ୍ସିନ ନେବା ଜରୁରୀ ନୁହେଁ ।
– ଏହାବ୍ୟତିତ ଗମ୍ଭୀର ରୋଗରେ ପୀଡିତ ଥିବା ବ୍ୟକ୍ତି କୋଭାକ୍ସିନ ନେବା ଉଚିତ୍ ନୁହେଁ ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୧୬ ତାରିଖରେ ଦେଶରେ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହାରିମଧ୍ୟରେ କରୋନା ଟୀକାର କିଛି ପାଶ୍ୱର୍ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏବେ ଭାରତ ବାୟୋଟେକ ଏହି ଫ୍ୟାକ୍ଟସିଟ ଜାରି କରିଛି ।