ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଆଜି ଗୃହରେ ଫଳକକୁ ନେଇ ଉଭୟ ଶାସକ ଓ ବିରୋଧୀ ଟଣା ଓଟରା ଦେଖିବାକୁ ମିଳିଛି । ଆବାସ ଯୋଜନାରେ କାହିଁକି ବିଜୁ ବାବୁଙ୍କ ଫଟୋ ଲଗାଯାଉଛି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଗୃହରେ ଏହାର ଉତ୍ତର ରଖିଛନ୍ତି ବିଜେଡି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ରାଜ୍ୟ ସରକାର ଏଥିରେ ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି । ତେଣୁ ବିଜୁବାବୁଙ୍କ ଫଟୋ ରଖାଯାଉଛି । ଯାହାକୁ ପୁଣି କାଉଣ୍ଟର କରିଥିଲେ ବିରୋଧୀ । ଏମିତିକି ଫଟୋ ଲଗାଇବାକୁ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଛି ବୋଲି ପ୍ରମିଳା ପ୍ରଶ୍ନ କରିଥିଲେ ।
ଅନ୍ୟପଟେ ବିଧାୟକ ଦେବୀ ମିଶ୍ର କହିଛନ୍ତି ପୂର୍ବରୁ ଜବାହାର ଲାଲ ନେହୁରୁଙ୍କ ସମୟରୁ କେନ୍ଦ୍ର ଶତପ୍ରତିଶତ ଅର୍ଥ ଦେଇ ଆସୁଥିଲା । ମୋଦି ସରକାର ଆସିବା ପରେ ଏବେ ତାହା ୬୦ ପ୍ରତିଶତ କେନ୍ଦ୍ର ସରକାର ଦେଉଥିବା ବେଳେ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରିଛନ୍ତି । ଆର୍ଥିକ ବୋଝ ବଢିବାରୁ ଏବେ ବିଜୁ ପକ୍କା ଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମିଶ୍ରଣ କରିଛୁ । ଏହା ବିଜୁ ବାବୁଙ୍କ ଯୋଜନା କାହିଁକି ବିଜୁ ବାବୁଙ୍କ ଫଟୋ ରହିବନି ବୋଲି ପ୍ରଶ୍ନ କରିଛନ୍ତି ବେଦି ମିଶ୍ର । ପରେ ,ଏହାର ପୁଣି ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସେ କହିଛନ୍ତି ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଯୋଜନା ଚାଲୁଛି ତେବେ ବିଜୁ ବାବୁ ଆଉ ମୋଦିଙ୍କ ଫଟୋ ମିଶିକି ରହୁ ବୋଲି ଦାବି କରିଛନ୍ତି । ଏନେଇ ବାଚଷ୍ପତ୍ତିଙ୍କ ରୁଲିଂ ଦାବି କରିଥିଲେ ପ୍ରଦୀପ୍ତ ନାୟକ ।