ପୁରୀ ( ଏଟିଆର ବ୍ୟୁରୋ): ବାତ୍ୟା ଫୋନୀ ପୁରୀରେ ସ୍ଥଳଭାଗ ଛୁଇଁବା ଫଳରେ ବାଲୁଖଣ୍ଡ ଅଭୟାରଣ୍ୟ ଏକ ପ୍ରକାର ଧ୍ୱସଂ ହୋଇଯାଇଛି । ବହୁ ବଡବଡ ବୃକ୍ଷ ନଷ୍ଟ ହୋଇଯାଇଛି । ଯାହାଫଳରେ ସେଠାରେ ଥିବା ହରିଣ ମାନଙ୍କର ଏବେ ପତ୍ତା ମିଳୁନାହିଁ । ମେସମାନଙ୍କ ମଧ୍ୟରୁ କେତେକ ହରିଣ ମରିଯାଇଥିବା ଆଶଙ୍କା କରାଯାଉଥିଲେ ସୁଦ୍ଧା ବାକି ହରିଣଙ୍କୁ ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ । ତେବେ ଏହି ହରିଣ ମାନଙ୍କୁ ଖୋଜିବା ପାଇଁ କୋର ଏରିଆରେ ଡ୍ରୋନ କ୍ୟାମେରା ବୁଲାଯିବ ବୋଲି ମୁଖ୍ୟବନ୍ୟ ପ୍ରାଣୀ ୱଡେନ ଅଜୟ ମିଶ୍ର କହିଛନ୍ତି ।
ବାଲୁଖଣ୍ଡ ଅଭୟାରଣ୍ୟରେ ପାଖାପଖି ୪୦୦୦ ହରିଣ ରହୁଥିଲେ ତେବେ ବାତ୍ୟା ଫୋନି ପରେ ବର୍ତ୍ତମାନ ସେମାନଙ୍କୁ ଦେଖିବାକୁ ମିଳୁନାହିଁ । ହରିଣ ମାନଙ୍କର ଉପସ୍ଥିତି ଜାଣିବା ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ଶ୍ରା ମିଶ୍ର ସୂଚନା ଦେଇଛନ୍ତିି । ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫୋନିର ପ୍ରଭାବରେ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁରୀରେ ଏହି ପ୍ରଳୟଙ୍କାରୀ ବାତ୍ୟା ସ୍ଥଳଭାଗ ଛୁଇଁବା ଫଳରେ ଏହାର ମହାପ୍ରଭାବ ବାଲୁଖଣ୍ଡ ଉପରେ ପଡିଥିଲା ।
ଯାହାଫଳରେ ଅଭୟାରଣ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ଏଠାରେ ପବନର ବେଗ ସର୍ବାଧିକ ରହିଥିବାରୁ ଏଠାରେ କିଛି ହରିଣ ଗଛ ପଡି ମରିଥିବା ଅନୁମାନ କରାଯାଉଥିବା ବେଳେ ଆଉ ହରିଣ କେଉଁଠି ରହିଛନ୍ତି ତାଙ୍କୁ ଜାଣିବା ପାଇଁ ଡ୍ରୋନ କ୍ୟାମେରା ବୁଲାଇ ସେମାନଙ୍କର ଫଟୋ ଉତ୍ତୋଳନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।