ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନଭେମ୍ବର ମାସ ଶେଷ ହେବାକୁ ବସିଲାଣି ହେଲେ ଶୀତ ବଢିବାର ନାଁ ନେଉନି । କେବଳ ରାତିରେ ସାମାନ୍ୟ ଶୀତ ଅନୁଭୂତ ହେଉଛି । ପଶ୍ଚିମ ଓଡିଶାର ଦୁଇ ୩ ଟି ଜିଲ୍ଲାକୁ ଛାଡି ଦେଲେ ଶୀତ ସବୁଆଡେ କମ ରହିଛି । ତେବେ ଏହାକୁ ନେଇ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବା ଆଶଙ୍କା ନାହିଁ ।
ମାତ୍ର ହାତ ଗଣତି କେତୋଟି ସ୍ଥାନରେ ପାରଦ ୧ ରୁ ୨ ଡିଗ୍ରୀ କମିପାରେ । ତେବେ ଏହି ସମୟ ମଧ୍ୟରେ ଆଭ୍ୟନ୍ତରିଣ ଓଡିଶାରେ କୁହୁଡି ବଢିପାରେ । ଗତକାଲିର ରେକର୍ଡ ଅନୁସାରେ ଦାରିଙ୍ଗିବାଡିରେ ୧୦. ୫, ସୁନ୍ଦରଗଡରେ ୧୩, ଟିଟିଲାଗଡରେ ୧୩.୧, ଫୁଲବାଣୀରେ ୧୩.୮, କୋରାପୁଟରେ ୧୪.୬ ରେକର୍ଡ କରାଯାଇଛି ।