ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଆଭ୍ୟନ୍ତରୀଣରୁ ଆରମ୍ଭ କରି ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଥଣ୍ଡା ପବନ ବହିବାକୁ ଲାଗିଲାଣି । ଯଦିଓ ଶୀତ ବଢ଼ିବ ନାହିଁ, କିନ୍ତୁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ଏବେ ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ଅଧିକ ଅଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ଡ଼ିଗ୍ରୀ ସେଲସିୟସ ଥିବା ଥିବା ବେଳେ ଝାରସୁଗୁଡ଼ା ୧୨.୯ଡ଼ିଗ୍ରୀ ସେଲସିୟସ, ସୁନ୍ଦରଗଡ଼ରେ ୧୩, ବଲାଙ୍ଗିର ରେ ୧୪, ବୈାଦ୍ଧରେ ୧୪ , ଟିଟିଲାଗଡ଼ରେ ୧୪.୫ , ଚାନ୍ଦବାଲିରେ ୧୪.୬ , କଟକରେ ୧୪.୨, ଭୁବନେଶ୍ୱରରେ ୧୫ ଡ଼ିଗ୍ରୀ , ବାରିପଦାରେ ୧୨.୫ ଡ଼ିଗ୍ରୀ ସେଲସିୟସ ଥିଲା ।
ରାଜ୍ୟରେ ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ସମ୍ଭାବନା ଦେଖିବାକୁ ମିଳିବ । କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା , କେନ୍ଦୁଝର ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି । ଏଥିପାଇଁ ଗାଡ଼ି ଚାଳକଙ୍କୁ ଯାତାୟତ ସମୟରେ ସତର୍କତ।। ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ