ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଶୀତରେ ଅସମ୍ଭାଳ ହେଉଛି ସାରା ଓଡିଶା । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଟି ରାଜ୍ୟର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୫.୨ ରେକର୍ଡ କରାଯାଇଛି । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାରଦ ୧ ରୁ ୨ ଡିଗ୍ରୀ କମିପାରେ । ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ ରହିବ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି ।
ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୧.୭ ଡିଗ୍ରୀ , ଦାରିଙ୍ଗବାଡିରେ ୧୦ ଡିଗ୍ରୀ , ବୈାଦ୍ଧ ରେ ୧୨.୫ , ସୁନ୍ଦରଗଡରେ ୧୨ ଡିଗ୍ରୀ, ବଲାଙ୍ଗିରରେ ୧୨.୪ , ସୋନପୁରରେ ୧୩ ଡିଗ୍ରୀ, ଭୁବନେଶ୍ୱରରେ ୧୬.୫ ରହିଥିବା ବେଳେ କଟକ ରେ ୧୩.୮ଡିଗ୍ରୀ ତାପମାତ୍ରା ରହିଥିଲା ।
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ପୁଆଁଇବା ସହ ଚା ଦୋକାନରେ ଭିଡ ଜମିଥିବାର ଦେଖିବାକୁ ମିଳୁଛି ।