ଭୂବନେଶ୍ୱର (ଏଟିଆର ବ୍ୟୁରୋ):ଶୀତରେ ଥରୁଛି ଉତ୍ତର ଓଡିଶା । ଆଜିଠୁ ସାମାନ୍ୟ ହ୍ରାସ ପାଇବ ଶୀତର ଲହରୀ ।ହରିଆଣା ଓ ପଞ୍ଜାବରେ ଲୋକେ ହାଡଭଙ୍ଗା ଜାଡରେ ଅତିଷ୍ଠ ହୋଇଥିବା ବେଳେ ହରିଆଣାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ତଳକୁ ଖସିଥିଲା ।ଆଭ୍ୟନ୍ତରୀଣ ଓଡିଶାରେ ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ।
ରାଜ୍ୟରେ ୨୮ ତାରିଖରେ ଉତ୍ତର ଭାରତକୁ ଭୟଙ୍କର ଶୀତର ଲହରୀ ମାଡି ଆସିବ । ଆହୁରି ୪୮ ଘଣ୍ଟା ମଧ୍ୟରେ ଥଣ୍ଡା ପବନ ସହ କୁହୁଡି ଜାରି ରହିବ । ଛିଙ୍କ , କାଶ , ସର୍ଦ୍ଧି ଭଳି ରୋଗ ମାଡି ବସିବ । ସେହିପରି ଆଗାମୀ ଦୁଇ ଦିନ ପାଇଁ ଉତ୍ତର ପ୍ରଦେଶ , ବିହାର , ପୁର୍ବ ମଧ୍ୟପ୍ରଦେଶ , ଛାଡଖଣ୍ଡ , ଓ ମହାରାଷ୍ଟ୍ର ତାପମାତ୍ରା କମିବ ବୋଲି ଅନୁମାନ କରାଯାଉଛି ।
ରାଜ୍ୟର ୭ ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଥିଲା । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିବା ବେଳେ ଶନିବାର ପୁଣି ସାମାନ୍ୟ କମି ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ ରହିଛି । ଦାରିଙ୍ଗବାଡିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଥିବାର ଜଣାପଡିଛି ।