ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ ।ଏନେଇ ଉଭୟ ଶାସକ ଓ ବିରୋଧୀ ସେମାନଙ୍କ ଋଣନୀତି ପ୍ରସ୍ତୁତ କରି ସାରିଛନ୍ତି । ବିଧାନସଭାକୁ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିବା ବେଳେ ଆଜି ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି । ଏଥର ବିଧାନସଭାରେ ୩୦ ଟି କାର୍ଯ୍ୟଦିବସ ରହିଛି । ଏନେଇ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ଏଥର ବିଧାନସଭାରେ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ରହସ୍ୟ, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗରେ ଉଭୟ କଂଗ୍ରେସ ଓ ବିରୋଧୀ ସରକାରଙ୍କୁ ଘେରିବା ଅନୁମାନ କରାଯାଉଛି । ସେହିଭଳି ୫ ଟି କଥା ମଧ୍ୟ ଗୃହରେ ଉଠିପାରେ । ଆଜି ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରି ପାରନ୍ତି ।