ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଏହା ଆହୁରି ୪୮ ଘଣ୍ଟା ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଲଗାଣ ବର୍ଷା ପାଇଁ ରାଜ୍ୟରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳୁଛି । ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ବି ଏହାର ପ୍ରଭାବ ପଡ଼ିପାରେ ।
୧୪ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ। ୧୧ ତାରିଖ ବେଳକୁ ଅଧାରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହିଛି । ସେହି ଜିଲ୍ଲାଗୁଡିକ ହେଲା- ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ଯାଜପୁର, ଯାଜପୁର ଏବଂ ଖୋର୍ଦ୍ଧା ଭଳି ଜିଲ୍ଲାଗୁଡ଼ିକରେ ଆଜି କାଳବୈଶାଖୀ ହୋଇପାରେ। ତେଣୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବିହାର ଓ ପୂର୍ବ ଉତ୍ତରପ୍ରଦେଶ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି।ଯେଉଁ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଅନୁଭୂତ ହେଉଛି । ସାରା ରାଜ୍ୟରେ ଆହୁରି ସାତ ଦିନ ଯାଏ ମୌସୁମୀ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।