ନୂଆପଡା ( ଏଟିଆର ବ୍ୟୁରୋ): ପ୍ରେମ ଚିରନ୍ତନ, ପ୍ରେମ ସାଶ୍ୱତ ଯୋଉଥିରେ କିଛି ପାଇବାର ଆଶା ନଥାଏ ଥାଏ ଖାଲି ଦବାର । ଯେଉଥିପାଇଁ ପ୍ରେମ ଆଉ ପ୍ରେମିକାକୁ ନେଇ ଯେତେ ସବୁ ଗଳ୍ପ ଆଉ ସିନେମା । ହେଲେ ଏଇ ପ୍ରେମରେ ବେଳେ ବେଳ ଦେଖିବାକୁ ମିଳିଥାଏ ବ୍ଲାକ ମେଲ ପରି କୁଶ୍ଚିତ ମାନସିକତା । ଏମିତି ଏକ ଘଟଣା ଘଟିଛି ନୂଆପଡା ଜିଳ୍ଲା ଖଡିଆଡ ଅଚଂଳରେ । ସାଧାରଣ ଗୋଟେ ଆଇଫୋନ ପାଇଁ ପ୍ରେମିକା ପ୍ରେମିକକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ।
ପ୍ରେମିକ ପ୍ରେମିକାକୁ ଆଇଫୋନ ନ ଦେଇ ପାରବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟା କରିଥିବା ପ୍ରେମିକର ନାମ ଶୁଭମ ତାଣ୍ଡି । ଶୁଭମ ଦୀର୍ଘଦିନ ହେଲା ବଲାଙ୍ଗିରରେ ଏକ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀ ଜଣଙ୍କ ଯୁବକଙ୍କୁ ଭଲ ପାଇବା ପାଇର୍ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦାମି ଜିନିଷ କିଣି ଦେବା ପାଇଁ ଦାବି କରୁଥିଲା । ଏମତିକି ଜିନିଷ ନ ଦେଲେ ସେ ସଂପର୍କ କାଟି ଦେବ ବୋଲି ଧମକ ଦେଉଥିଲା । କିଛିଦିନ ତଳେ ଯୁବତୀ ଜଣଙ୍କ ଯୁବକକୁ ଏକ ଆଇଫୋନ ମାଗିଥିଲା ।
ଯୁବକ ଜଣଙ୍କ ଆଇଫୋନ ଦେବାକୁ ମନା କରିବାରୁ ସେ ତାଙ୍କ ସହିତ ସଂମ୍ପର୍କ ରଖିବ ନାହିଁ ବୋଲି ରୋକଠୋକ ମନା କରିଥିଲା । ଯାହା ଫଳରେ ପୁଅଟି ଅସହାୟ ହୋଇ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛି । ତେବେ ମୋବାଇଳ ସିଜ କରି ପୋଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯୁବତୀ ଜଣଙ୍କ ଆଇଫୋନ ପାଇଁ ଯୁବକକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ପୁଲିସ ଯୁବତୀଙ୍କ ବିରୋଧରେ ଆଇପିସି ଧାରା ୩୦୬ ଓ ୨୦୧ ରେ ମାମଲା ରୁଜୁ କରି ଗିରଫ କରିଛି ।