କନ୍ଧମାଳ ( ଏଟିଆର ବ୍ୟୁରୋ): ସମୟ ବଦଳୁଛଇ । ସମୟ ସହିତ ତାଳ ଦେଇ ମଣିଷ ବଦଳୁଛି । ଆମ ରାଜ୍ୟ ବି ଅଗ୍ରଗତି କରୁଛି । ଏଇ କେଇ ପଦ କଥାର ବାସ୍ତବ ରୂପ ଦେଖିବାକୁ ମିଳିଛି କନ୍ଧମାଳ ବାଲିଗୁଡା ପାହାଡ ଉପରେ । ଗ୍ରାମକୁ ରାସ୍ଥା ନଥିବାରୁ ଜଣେ ପ୍ରସୂତିଙ୍କୁ କାନ୍ଧରେ ବାହୁଙ୍ଗୀ କରି ଡାକ୍ତରଖାନା ଆଣିବା ବେଳେ ଗର୍ଭବତୀ ଜଣଙ୍କ ପାହାଡ ଉପରେ ପ୍ରସବ କରିଛନ୍ତି । ସୂଚନା ଅନୁସାରେ ଗତକାଲି ନିକଦମ ମାଝୀଙ୍କ ସ୍ତ୍ରୀ ମିକାନ୍ତୀ ମାଝୀଙ୍କ ପ୍ରସବ ବେଦନା ବଢିବାରୁ ଗ୍ରାମବାସୀ ଏକ ବାହୁଙ୍ଗୀ ସାହାର୍ଯ୍ୟରେ କାନେ୍ଧଇ ଦାରିଙ୍ଗବାଡି ମେଡିକାଲକୁ ଚିକିତ୍ସାପାଇଁ ଆଣୁଥିବା ସମୟରେ ପାହାଡ ଉପରେ ମହିଳା ଜଣଙ୍କ ପ୍ରସବ କରିଛନ୍ତି ।
ଯାହାକୁ ନେଇ ଏବେ ପୁରା ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ମହିଳା ଜଣଙ୍କର ଏକ କନ୍ୟା ସନ୍ତାନ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ବିଭାଗର ଏଥିପ୍ରତି ନାହିଁ ଦୃଷ୍ଟି ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଏମାନେ କ’ଣ ଓଡିଶା ଭିତରେ ନାହାନ୍ତି ନାଁ ଏମାନେ ଭାରତର ନାଗରିକ ନୁହଁନ୍ତି । ତେବେ କାହିଁକି ଏମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରାଯାଉ ନାହିଁ । ସାମାନ୍ୟ ରାସ୍ଥା ଟିଏ କାହିଁକି ହୋଇ ପାରୁ ନାହିଁ?