ରାଉରକେଲା (ଏଟିଆର ବ୍ୟୁରୋ); ରାସ୍ତା କଡରୁ ମିଳିଲା ଯୁବତୀଙ୍କ କ୍ଷତ ବିକ୍ଷତ ଅର୍ଦ୍ଧଲଗ୍ନ ମୃତ ଦେହ । ସୁନ୍ଦରଗଡ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଜାତୀୟ ରାଜପଥରୁ ଉଦ୍ଧାର ହୋଇଛି ଏହି ମୃତ ଦେହ । ତେବେ ଯୁବତୀଙ୍କ ଠିକଣା ମିଳିପାରି ନାହିଁ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁମାନ କରିଛି କି କେହି ଦୁର୍ବୃର୍ତ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଭୋର ସମୟରେ ରାସ୍ତା କଡରେ ଯୁବତୀଙ୍କ ଅର୍ଦ୍ଧଲଗ୍ନ କ୍ଷତ ବିକ୍ଷତ ମୃତ ଦେହକୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ଲୋକ ପ୍ରଥମେ କିଏ ବୋଲି ଚିହ୍ନିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଅଜଣା ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ନୁହେଁ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି କି ଏହି ୨୪ ବର୍ଷିୟ ଯୁବତୀଙ୍କୁ କେହି ଦୁଷ୍କର୍ମ କରିବା ପରେ ମାରିଦେଇଛି । ଧରା ପଡିଯିବା ଭୟରେ ଅଜଣା ଜାଗାରେ ପକାଇ ଫେରାର ହୋଇ ଯାଇଛି ଦୁର୍ବୃତ୍ତ । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସତ୍ୟ ଜଣା ପଡିଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।