ଆଠଗଡ ( ଏଟିଆର ବ୍ୟୁରୋ): ଆମେ ସମସ୍ତେ ଜାଣିଛେ ମା ହେଉଛି ଦୁନିଆର ଅମୂଲ ମୁଲ । ଦୁନିଆରେ ସବୁକିଛି ଟଙ୍କା ଦେଇ କିଣି ହେବ ହେଲେ ମା ଟିଏ ନୁହେଁ । ହେଲେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହିରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଛାତି ଥରି ଉଠୁଛି । ଘରୋଇ କଳିକୁ ନେଇ ଗୋଟିଏ ପୁଅ ତା ମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ସୂଚନ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗତକାଲି ମୃତ ସାବି ତାଙ୍କ ପୁତୁରାର ବିବାହରେ ଯୋଗ ଦେବା ପାଇଁ ଗୋପୀନାଥ ପଡ଼ା ଯାଇଥିଲେ। ସେଠାରେ କୌଣସି କାରଣ ପାଇଁ ନେଇ ମା’, ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍ତେଜିତ ହୋଇ ଯାଇଥିଲା ପୁଅ ପ୍ରକାଶ ପ୍ରଧାନ । ପ୍ରକାଶ ଉତ୍ତେଜିତ ହୋଇ ପାଖରେ ପଡିଥିବା ଏକ ଟାଙ୍ଗିଆରେ ମା ସାବି ପ୍ରଧାନଙ୍କୁ ହାଣି ହତ୍ୟା କରିଥିଲା ।
ପରିବାର ଲୋକେ ଓ ଗ୍ରାମବାସୀ ଗୁରୁତର ଅବସ୍ଥାରେ ସାବି କୁ ଆଠଗଡ ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ହତ୍ୟାକାରୀ ପୁଅ ପ୍ରକାଶ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଚୌଦ୍ବାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।