ମାଲକାନଗିରି (ଏଟିଆର ବ୍ୟୁରୋ); ମହିଳା ମାଓବାସୀ କଲେ ଆତ୍ମସମର୍ପଣ । ମାଓ ହିଂସାକୁ ଛାଡି ସମାଜରେ ଭଲ କାମ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନେଇଛନ୍ତି ନିଷ୍ପତି । ଦେବେ ମାଝି(ଶାନ୍ତି) ନାମକ ଜଣେ ସଂକ୍ରିୟ ମାଓବାଦୀ ମହିଳା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଶାନ୍ତି ୨୦୦୮ ମସିହାରୁ ମାଓ ସଂଗଠନ ସହ ଜଡିତ ଥିଲେ । ତେବେ ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏବଂ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁସାରେ ତାଙ୍କୁ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ।ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଥିବା ଜଣାପଡିଛି ।
ଶାନ୍ତି ୨୦୦୮ ମସିହାରୁ ଜଣେ ସଂକ୍ରିୟ ମାଓବାଦୀ ଭାବେ ମାଓ ସଂଗଠନ ସହ କାର୍ଯ୍ୟ କରି ଆସୁଥିଲେ । ସେ ଅନେକ ଜିଲ୍ଲାର ମାଓ ହିଂସା କାଣ୍ଡରେ ଜଡିତ ଥିଲେ । ଏଭଳିକି ସେ କାଲିମେଳା ଦମନ ଏବଂ କୁଡୁମୁଲୁଡୁମା ଦମନରେ ଜଣେ ସଂକ୍ରିୟ କର୍ମୀ ଭାବରେ ମାଓ ସଂଗଠନରେ ଜଡିତ ଥିଲେ । ତେବେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଦେଖିବା ପରେ ମୁଖ୍ୟ ସ୍ରୋତରେ ଯୋଡି ହେବା ପାଇଁ ମନ ବଳାଇଛନ୍ତି ଶାନ୍ତି । ନିରବଛିନ୍ନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିମାର୍ଣ ହେବା ପରେ ତାଙ୍କର ପରିବର୍ତ୍ତନ ଆସିଥିବା ସେ କହିଛନ୍ତି । ସେପଟେ ମାଓ କ୍ୟାମ୍ପରେ ମହିଳାଙ୍କୁ ମଧ୍ୟ ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି ।