ଗଞ୍ଜାମ ( ଏଟିଆର ବ୍ୟୁରୋ): ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା । ପ୍ରେମିକ ଧୋକା ଦେବାରୁ ଧାରଣାରେ ବସିଲା ପ୍ରେମିକା । ପ୍ରେମ ପ୍ରତାରଣାକୁ ନେଇ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଟଙ୍କାଛାଇ ଗ୍ରାମରେ । ଖବର ଅନୁସାରେ ଉକ୍ତ ଗ୍ରାମର ଜଣେ ଯୁବକ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ । କୌଣସି କାରଣକୁ ନେଇ ଯୁବତୀ ଜଣଙ୍କର ଅନ୍ୟ ଏକ ଗ୍ରାମରେ ବିବାହ ହୋଇଥିଲା । ମାତ୍ର ବିବାହ ପରେ ମଧ୍ୟ ଯୁବକ ଜଣଙ୍କ ସେହି ମହିଳାଙ୍କ ସହିତ ସମ୍ପର୍କରେ ରହିଥିଲେ ।
ତାଙ୍କୁ ପୁନଃ ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଏମିତି କି ମହିଳା ଜଣଙ୍କ ପୂର୍ବ ପ୍ରେମିକର କଥାକୁ ବିଶ୍ୱାସ କରି ଘର ଛାଡି ଅନ୍ୟତ୍ର ଏକାଠି କିଛି ଦିନ ରହିଥିଲେ । ପରେ ଏନେଇ ଗ୍ରାମରେ ନିସାବ ହେବା ପରେ ଦୁହେଁ ଏକାଠି ରହିବାକୁ ସ୍ଥିର ହୋଇଥିଲା । ହେଲେ ଏବେ ଯୁବକ ଜଣଙ୍କ ତାଙ୍କୁ ଏକାଛାଡି ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ଏମିତିକି ତାଙ୍କ ପରିବାର ଲୋକ ମଧ୍ୟ କେହି ଘରେ ନାହାନ୍ତି । ତେଣୁ ମହିଳା ଜଣଙ୍କ ନ୍ୟାୟ ଦାବି କରି ଯୁବକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।