ଭୁବନେଶ୍ୱ(ଏଟିଆର ବ୍ୟୁରୋ): ଆଜି ବିଧାନସଭାରେ ରାଜ୍ୟରେ କେତଟି ଅଙ୍ଗନୱାଡି ରହିଛି ଓ କେଉଁ ଭଳି ଅବସ୍ଥାରେ ରହଛି ସେ ବିଷୟରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ନବରଙ୍ଗପୁର ବିଜେପି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ମୋଟ ୭୨୫୮୭ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୪୪୬୭୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ଅଛି । ସେହିପରି ୧୦୪୪୫ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣଧିନ ଅବସ୍ଥାରେ ରହିଛି । ଅନ୍ୟପଟେ ୨୭୯୧୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜର ଘର ନଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରେ ଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ୨୦୧୯ ଅକ୍ଟୋବର ସୁଦ୍ଧା ରାଜ୍ୟରେ ଅତି କମ ଓଜନ ଶିଶୁଙ୍କ ସଂଖ୍ୟା ୨୧୯୦୧ ରହିଛି । ସାରା ରାଜ୍ୟରେ କମ ଓଜନ ଶିଶୁଙ୍କ ସଂଖ୍ୟା ୩୭୫୧୯୬ ରହିଛି । ସେହିରି ରାଜ୍ୟରେ ସବୁଠାରୁ ଅଧିକ ଅତି କମ ଓଜନର ଶିଶୁ କେନ୍ଦୁଝର ଜିଲ୍ଲାରେ ଅଛନ୍ତି । ଏମାନଙ୍କ ସଂଖ୍ୟା ୧୭୩୨ ରହିଛି । ସେହି ଜିଲ୍ଲାରେ କମ ଓଜନ ଶିଶୁଙ୍କ ସଂଖ୍ୟା ୩୭୨୬୯ ରହିଛି । ତେବେ ଦ୍ୱିତୀୟ ଜିଲ୍ଲା ଭାବେ ଅତି କମ ଓଜରର ଶିଶୁଙ୍କ ସଂଖ୍ୟା କଲାହାଣ୍ଡିରେ ରହିଛି । ଏଠାରେ ଅତିକମ ଓଜନର ଶିଶୁଙ୍କ ସଂଖ୍ୟା ୨୦୬୬ ଥିବା ବେଳେ କମ ଓଜନର ଶିଶୁଙ୍କ ସଂଖ୍ୟା ୨୧୩୨୪ ରହିଛି ।
ସେହିପରି ରାଜ୍ୟରେ ୪୧ ପ୍ରତିଶତ ମା ମାନେ କୁପୋଷଣରେ ଶିକାର ହୋଇଥିବା ବେଳେ ମାଲକାନାଗିରିରେ ସର୍ବାଧିକ ୪୫ ଦଶମିକ ୯ ପ୍ରତିଶତ ରହିଛି ବୋଲି ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।