ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତ ମେ’୨୯ରେ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ମଣ୍ଡଳ ଘୋଷଣା କରାଯାଇଛି । ତେବେ ପ୍ରଥମଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଟୁକୁନି ସାହୁ ଦେଖାଇଛନ୍ତି ମାନବିକତା । ମନ୍ତ୍ରୀ ହେଉ ହେଉ ବଢ଼ାଇଛନ୍ତି ସହଯୋଗର ହାତ । ସୁଷମା ସ୍ୱରାଜ ଯେପରି ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହଯୋଗ କରୁଥିଲେ, ଠିକ୍ ସେହି ରାସ୍ତାରେ ଯାଉଛନ୍ତି ନୂଆ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।
Please Take Necessary steps @HFWOdisha @CollectorBalan1 https://t.co/eUmCqTkFRV
— Tukuni Sahu (@TukuniSahu) June 1, 2019
ଟୁକୁନି ସାହୁ ଟ୍ୱିଟର ପେଜ ଖେଳଉ ଖେଳଉ ଜଣେ ଗରୀବ ଲୋକର ଦୁଃଖ କାହାଣୀ ଦେଖିଥିଲେ । ବଲାଙ୍ଗୀର ଲୋଇସିଂହା ଅନ୍ତର୍ଗତ ତେଲେନପାଲି ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁଙ୍କ ଝିଅ ନୂଆଦେଇ ସ୍ୱାଇଁ । ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କ୍ୟାନରସ ପୀଡ଼ିତାଙ୍କ ବାପା ସାହାଯ୍ୟ ମାଗୁଥିବାର ଏକ ହୃଦୟ ବିଦାରକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛି ଉକ୍ତ ସ୍ୱେଚ୍ଛାସେବୀ ସଂଗଠନ । ଚିକିତ୍ସା ପାଇଁ ପୀଡ଼ିତାଙ୍କ ବାପା ଆକୁଳ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ ।
#ବଲାଙ୍ଗୀର ଜିଲ୍ଲା #ଲୋଇସିଂହା ବ୍ଲକ ଅନ୍ତର୍ଗତ #ତେଲେନପାଲି ଗ୍ରାମର #ନୁଆଁଦେଇ ସ୍ୱାଇଁ ରକ୍ତକର୍କଟ ରୋଗରେ ପୀଡିତ, ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନାହିଁ. ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା କରି, ତାଙ୍କୁ #ବିଜୁସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ @Naveen_Odisha ଙ୍କୁ ବିନମ୍ର ଅନୁରୋଧ 🙏 pic.twitter.com/0fAiwygOIq
— YouthAgainstCorruptionJokhipali (@jokhipali) June 1, 2019
ଏହାକୁ ଦେଖିବା ପରେ ସେ ସହଯୋଗ କରିବା ପାଇଁ ଟ୍ୱିଟରରେ ରିପ୍ଳେ ମଧ୍ୟ ଦେଇଥିଲେ । ପୀଡ଼ିତାଙ୍କ ଚିକିତ୍ସା ପାଇଁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାପାଇଁ ବଲାଙ୍ଗୀର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗକୁ ଅନୁରୋଧ କରିଛନ୍ତି ।ମନ୍ତ୍ରୀ ହେବା ପରେ ନେତାଙ୍କ ରଙ୍ଗ ଢ଼ଙ୍ଗ ବଦଳି ଯାଇଥାଏ । ସେମାନେ ଆଉ ଜନତାଙ୍କୁ ଚିହ୍ନି ପାରିନଥାନ୍ତି । କିନ୍ତୁ ଟୁକୁନି ନୂଆ କରି ମନ୍ତ୍ରୀ ହୋଇଥିଲେ ସୁଦ୍ଧା ତାଙ୍କର ମାନବିକତା ପାଇଁ ଏବେ ସମସ୍ତେ ବାଃ ବାଃ କରୁଛନ୍ତି ।