ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ । ସେ ମହିଳା ହୁଅନ୍ତୁ ବା ନାବାଳିକା । ଏଣୁ ଏଭଳି ଲଜ୍ଜା ଜନକ ଘଟଣାର ପ୍ରତିବାଦ କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ କଂଗ୍ରେସ ମହିଳା ମୋର୍ଚ୍ଚା । ରାଜ୍ୟରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଲଜ୍ଜା ଘଟଣା ନଜରକୁ ଆସୁଛି । କିନ୍ତୁ ପ୍ରଶାସନ ଚୁପ ରହୁଛି । ଏଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାର ନିଷ୍ପତି ନିଆଯାଇଛି ।
କନ୍ଧମାଳ,ଢ଼େଙ୍କାନାଳ,ଯାଜପୁର ଆଦି ଜାରେ ନାବାଳିକା ମା ହେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଦିନକୁ ଦିନ ବଢ଼ିଚାଲିଛି ଦୁଷ୍କର୍ମ । ଅସୁରକ୍ଷିତ ହୋଇ ପଡିଛି ନାରୀ ସମାଜ । ଏଣୁ ଏହି ସବୁ ଅନ୍ୟାୟର ପ୍ରତିବାଦ କରି ସାରା ରାଜ୍ୟର ମହିଳାଙ୍କୁ ଏକତ୍ରିତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା । ସେପଟେ ଅଗାମୀ ଦିନରେ ଜିଲ୍ଳାପାଳମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସ୍ମାରକ ପତ୍ର ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି ।