ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁରତରୁ ଓଡିଶାକୁ ଫେରୁଥିବା ଜଣେ ପ୍ରବାସୀ ଓଡିଆ ମହିଳାଙ୍କର ବସରେ ପ୍ରସବ ହୋଇଛି । ସୂଚନା ଅନୁସାରେ ଏହି ବସଟି ସୁରଟରୁ ଭଦ୍ରକ ଆସୁଥିଲା । ଅଧାବାଟରେ ଅର୍ଥାତ ନାଗପୁରରେ ହୋଇଥିବା ବେଳେ ମହିଳା ଜଣଙ୍କର ବସରେ ପ୍ରସବ ବେଦନା ହୋଇଥିଲା ।
ଫଳରେ ବସରେ ଥିବା ଆଉ ଜଷର ମହିଳା ରାସ୍ତା କଡରେ ମହିଳାଙ୍କର ପ୍ରସବ କରାଇଥିଲେ । ଏବେ ମହିଳା ଓ ଶିଶୁ ସୁସ୍ଥ ରହିଥିବା ସୂଚନା ରହିଛି । ମହିଳାଙ୍କୁ ନିକଟରେ ଥିବା ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।