ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ସାରା ଦେଶ ଲକ ଡାଉନରେ ରହିଛି । ଯାହା ଫଳରେ ଏବେ ଦିନ ମଜୁରିଆ ବା ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗି ଯାଇଛି । ତେବେ ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିର୍ମାଣ କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି । ତେବେ ଏହି ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକଙ୍କ ଯିବା ଆସିବା ସମୟରେ ପରିଚୟ ପତ୍ର ଗ୍ରହଣ କରାଯିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କ ସମେତ କଟକ ଭୁବନେଶ୍ୱର ପୁଲିସ କମିଶନରେଟ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ସୂଚନା ଦେଇଛନ୍ତି ।
ସମସ୍ତଙ୍କୁ ପାସ ଦେବା ସମ୍ଭବପର ହେଉନଥିବାରୁ ପରିଚୟ ପତ୍ରକୁ ଗଅହଣ କରାଯିବ । ସେହିଭଳି ଶ୍ରମିକମାନେ ପାଦରେ ଚାଳଇ, ସାଇକେଲ ଅଥବା ସଂସ୍ଥା ପକ୍ଷରୁ ପାସ ଦିଆଯାଇଥିବା ଗାଡିରେ ଯାତାୟତ କରିପାରିବେ । ତେବେ ଏହି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବାକୁ ନିର୍ଦେଶ ଦିଆଯାଇଛି । ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପାଇଖାନା ନିର୍ମାଣ ହେବା ଅର୍ାବଶ୍ୟକ । ସେହିଭଳି ବାହାର ଜିଲ୍ଲାରୁ ଯେଉଁ ଶ୍ରମିକଙ୍କୁ କାମ କରିବା ପାଇଁ ଅଣାଯିବ ସେମାନଙ୍କ ରହିବା ପାଇଁ ସମ୍ପୃକ୍ତ ସଂସ୍ଥା ବ୍ୟବସ୍ଥା କରିବେ । ବା ଠିକାଦାର ବ୍ୟବସ୍ଥା କରିବେ ।