ଭୁବନେଶ୍ୱର(ଏଟିଆର ବ୍ୟୁରୋ); ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଉଦଘାଟନ ହୋଇଯାଇଛି ୨୦୧୮ ବିଶ୍ୱ ଓଡିଶୀ ଉତ୍ସବ । ରାଜ୍ୟର କୋଣ ଅନୁକୋଣରୁ ଓଡିଶୀ ନୃତ୍ୟ ପ୍ରତିଯୋଗୀମାନେ ଏଠାରେ ଭାଗ ନେଇଛନ୍ତି । ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ କୃତି ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ଆସନ୍ତା ବର୍ଷ କୋଲକାତାରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ଓଡିଶୀ ଉତ୍ସବରେ ଭାଗ ନେବା ପାଇଁ ସୁଯୋଗ ମିଳିବ । ଏଣୁ ଆଜିର ପ୍ରୋଗ୍ରାମରେ ଭାଗ ନେବାକୁ ଆସିଥିବା ପ୍ରତିଯୋଗୀ ମାନେ ଚାରଚାନ୍ଦ ଲଗାଇ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି ।
ଦୀର୍ଘ ୯ ବର୍ଷ ଧରି ଭଞ୍ଜ କଳା ମଣ୍ଡପରେ ଏହି ଉତ୍ସବ ଆୟୋଜିତ ହୋଇଆସୁଛି । ତେବେ ଏହା ପୂର୍ବରୁ ୫ଦିନ ଧରି ଚାଲୁଥିବା ଏହି ବର୍ଷ ଏହା ୩ ଦିନ ଧରି ଚାଲିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି । କୋଲକାତାରେ ଦେଶର ବଡ ପ୍ରୋଗ୍ରାମ ୭ଦିନ ଧରି ଚାଲିବ । ୩ ଧରି ଚାଲିବାକୁ ଥିବା ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରି ଜର୍ଜମାନଙ୍କ ମନ ଜିଣିବେ ସେମାନେ ଆଗାମୀ ବର୍ଷ କୋଲକାତା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ । କାରଣ ଓଡିଶାର କଳ ସଂସ୍କୃତି ତଥା ଏହି ଲୋକ ନୃତ୍ୟର ଚାହିଦା କମି ଯାଉଥିବାରୁ ବଡ ସୁଯୋଗ ଦେବା ଫଳରେ ପ୍ରତିଯୋଗୀମାନଙ୍କ ଉତ୍ସାହ ବଢ଼ିବ ।