ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜଳ ହିଁ ଜୀବନ । ଜଳ ବିନା ଜୀବନ ଅସମ୍ଭବ । କିନ୍ତୁ ଅନେକ ସମୟରେ ଜଳର ଅଯଥା ବ୍ୟବହାର ଆଗାମୀ ପିଢି ପାଇଁ ବିପଦ ସୃଷ୍ଟି କରିବା ପାଇଁ ଜାଉଛି । ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଅଛି ‘ବିଶ୍ୱ ଜଳ ଦିବସ’ । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳ ପ୍ରଦୂଁଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ।
ପୃଥିବୀରେ ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । ତଥାପି ଜଳ ଅନଟନ । କାରଣ ପୃଥିବୀରେ ରହୁଥିବା ମୋଟ ଜଳର ୯୭ପ୍ରତିଶତ ଜଳବନ୍ଦୀ ହୋଇରହିଛି ସମୁନ୍ଦ୍ରରେ । ଏହି ଜଳ ଲୁଣିଆ ହୋଇଥିବାରୁ ବ୍ୟବହାର ଅନୁପଯୋଗ । ଆଉ ଅବଶିଷ୍ଠ ୩ ଶତାଂଶ ମଧୁର ଜଳ ଏବଂ ତାର ବେଶିଭାଗ ରହିଛି ପର୍ବତଗୁଡିକର ହିମବାହାରେ ,ମେରୁ ଅଞ୍ଚଳରେ ରହିଥିବା ବରଫ ଆକାରରେ ଏବଂ ମାଟିତଳେ ଭୂତଳ ଜଳ ଭାବରେ ।
୫୦ହଜାରରୁ ୨ଲକ୍ଷ ଜନସଂଖ୍ୟା ବସତି ସହରରେ ମୁଣ୍ଡପିଛା ଦୈନିକ ୧୩୫ ଲିଟର ଏବଂ ୨ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଥିବା ସହରରେ ମୁଣ୍ଡପିଛା ଦୈନିକ ୧୫୦ ଲିଟର ଜଳ ଆବଶ୍ୟ। ଗ୍ରାମାଞ୍ଚଳରେ ମୁଣ୍ଡପିଛା ପାନୀୟ ଜଳ ବ୍ୟବହାର ପ୍ରାୟ ୫୦ ଲିଟର।
ଗ୍ରାମାଞ୍ଚଳରେ ମୁଣ୍ଡପିଛା ପାନୀୟ ଜଳ ବ୍ୟବହାର ପ୍ରାୟ ୫୦ ଲିଟର। ବର୍ଷାରୁ ମଧୁର ଜଳ ଆସିଥାଏ। ଜଳ ସଂରକ୍ଷଣ ହୋଇ ନପାରିବାରୁ ନଦୀ, ନାଳ ଓ ଝରଣା ଦେଇ ସମୁଦ୍ରକୁ ଚାଲିଯାଉଛି। ମୋଟ ୧୨୦ ବିଲିୟନ ଘନ ମିଟର ଜଳରୁ ୯୧ ବିଲିୟନ ଘନ ମିଟର ଜଳ ବ୍ୟବହାରକ୍ଷମ। ଏହାକୁ ଦେଖିଲେ ଓଡ଼ିଶାରେ ପାନୀୟ ବ୍ୟବହାର ପାଇଁ ମଧୁଳ ଜଳ ପର୍ୟ୍ୟାପ୍ତ ରହିଛି।