ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନାରୀ ସବୁଠାରୁ ଶକ୍ତିଶାଳୀ, ସର୍ବଗୁଣ ସମ୍ପନ୍ନା, ନାରୀ ଯାୟା, ଜନନୀ , ଭଗିନୀ ଆଉ ସର୍ବପରେ ନାରୀ ମହିଶା ମର୍ଦ୍ଧିନି ମା ଦୁର୍ଗା । ଯୁଗେ ଯୁଗେ ନାରୀଟିଏ ଦିଏ ଅଗନ୍ୀ ପରୀକ୍ଷା କେତେବେଳେ ସୀତା ହୋଇ ତ ପୁଣି କେତେବେଳେ ବାରଙ୍ଗନା । ସେଥିପାଇଁ ତ ସହନ ଶୀଳତାର ଶେଷ ପାହାଚ ହେଉଛି ନାରୀ । ସେ ନିଦାଘ ବୈଶାଖର ଖରା ତ ପୁଣି କେତେବେଳେ ଜହ୍ନ ଆଲୁଅର ଜ୍ୟେସ୍ନା । କେତେବେଳେ ସିଏ ମା ଟିଏ ହୋଇ ମମତାର ଛବି ଆଙ୍କେ ତ ପୁଣି କେତେବେଳ ପ୍ରେମିକାଟେ ହୋଇ ମିଠା ମିଠା ପ୍ରେମରେ ଭିଜେଇ ଦିଏ । ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱ ଆଜି ପାଳନ କରୁଛି ମହିଳା ଦିବସ । ଏହି ଅବସରରେ ଦେଶ ଓ ରାଜ୍ୟର ୫ ଜଣ ମହୀୟସୀ ମହିଳାଙ୍କୁ ନେଇ ଏଟିଆର ନ୍ୟୁଜର ସ୍ୱତନ୍ତ୍ର ଉପସ୍ଥାପନା ସମ୍ପନ୍ନା –
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ ଥିଲେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ ପ୍ରଧାନମନ୍ତ୍ରୀ ଥିଲେ । ଇନ୍ଦିରା ଗାନ୍ଧୀ ଥିଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମେ ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ ଇନ୍ଦିର । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । କୁହାଯାଏ ଇନ୍ଦିରାଙ୍କ ଶାସନ କାଳରେ ଦେଶ ଆଶ୍ଚର୍ଯ୍ୟଭାବେ ଅଗ୍ରଗତି କରିଥିଲେ । ନିଜର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ବଳରେ ସେ ଦେଶକୁ ବିଶ୍ୱରେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କ ସହିତ ସମକକ୍ଷ କରି ପାରିଥିଲେ ।
ନନ୍ଦିନୀ ଶତପଥୀ – ନନ୍ଦିନୀ ନାମଟି ଯେତିକି ଆକର୍ଶଣୀୟ ବ୍ୟକ୍ତିତ୍ୱ ତା ଠୁ ଅଧିକ ଆଶ୍ଚର୍ଯ୍ୟ । ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୧୯୩୧ ମସିହା ଜୁନ୍ ୯ ରେ କଟକର ପିଠାପୁରଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀ ଙ୍କ ଔରସରୁ ଜନ୍ମ ନେଇଥିଲେ ନନ୍ଦିନୀ । ଛାତ୍ର ଅବସ୍ଥାରୁ ହିଁ ନନ୍ଦୀନିଙ୍କର ରହିଥିଲା ଜନସେବା ଓ ରାଜନୀତି ପ୍ରତି ଦୁର୍ବଳତା । ରେଭେନ୍ସା କଲେଜରେ ପଢ଼ିବା ବେଳେ କମ୍ୟୁନିଷ୍ଟ ଦଳର ଛାତ୍ରବାହିନୀ ‘ଷ୍ଟୁଡେଣ୍ଟ୍ସ ଫେଡେରେସନ୍’ର ସେ ଥିଲେ ସକ୍ରିୟ ନେତ୍ରୀ ।୧୯୬୫ରେ ଶାସ୍ତ୍ରୀଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ପରେ ୧୯୭୧ରେ ନନ୍ଦିନୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନନ୍ଦୀନୀ । ତାଙ୍କର ବିଚାର ଧାରା ଓ କାର୍ଯ୍ୟ ଦକ୍ଷତା ପାଇଁ ସେ ଆଜିବି ସାଧାରଣ ଲୋକଙ୍କ ମନରେ ଜୀବିତ ହୋଇ ରହିଛି ।
ଲତା ମଙ୍ଗେସ୍କର – ବିଶିଷ୍ଠ କଣ୍ଠଶିଳ୍ପୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍କର । ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏହି ଲୋକପ୍ରିୟ ଗାୟିକା । ଯାହାଙ୍କ ସୁମଧୁର କଣ୍ଠ ଆଜି ପାଗଳ କରିଛି ଶ୍ରେତାଙ୍କୁ । ପରିବାରର ଭରଣ ପୋଷଣ କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ ଲତା । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର \’କିଟ୍ଟି ହାସଲ\’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ୍ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ \’ଆପ୍ କି ସେବା ମେଁ\’ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ଅନ୍ଦାଜ, ବରସାତ ଓ ମହଲ , ହମ ଆପକେ ହେ କୋନ ଭଳି ହିଟ ସିନେମାରେ ତାଙ୍କ ସ୍ୱରର ଯାଦୁ ଦେଖିବାକୁ ମିଳେ । ତାଙ୍କର ଏହି କୃତି ପାଇଁ ତାଙ୍କୁ ୧୯୫୮ – ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ , ୧୯୬୯ – ପଦ୍ମ ଭୂଷଣ,୧୯୮୯ – ଦାଦା ସାହେବ୍ ଫାଲକେ ପୁରସ୍କା. ୧୯୯୯ – ପଦ୍ମ ବିଭୂଷଣ , ୨୦୦୧ – ଭାରତ ରତ୍ନ ଭଳି ବଡବଡ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ଅପରାଜିତା ମହାନ୍ତି – ଅପରାଜିତା ମହାନ୍ତି ଓଡିଆ ଚ୍ଚଳଚ୍ଚିତ୍ର ଜଗତର ଏକ ର୍ଚ୍ଚିତ ଚେହେରା । ନାଁ ଟି ଯେପରି ଅପରାଜିତା ସେ ମଧ୍ୟ ସେମିତି ଅପରାଜୟ । ୧୯୬୫ ମସିହା ମଇ ୧୫ ତାରିଖରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରନ୍ତି ଅପରାଜିତା । ଓଡିଆ ଚ୍ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେ ନାୟିକା ଚରିତ୍ର ହେଉକି ମା । ସମସ୍ତ ଚରିତ୍ରକୁ ସେ ଅତି ନିଖୁଣ ଭାବେ ଉପସ୍ଥାପନ କରିବାକ୍ୁ ସେ ସିଦ୍ଧହସ୍ତ । ବର୍ଷ ୧୯୮୦ ମସିହାରେ ସୀତା ଲବକୁଶ କଥା ଚିତ୍ରରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପାଖାପାଖି ୮୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି । ସାତା ଲବକୁଶ ଠାରୁ ଆରମ୍ଭ କରି ସୁପର ମିଛୁଆ ପର୍ଯ୍ୟନ୍ତ ଏ ସବୁଠେଇ ଦେଖାଯାଏ ତାଙ୍କ ଅଭିନୟର କଳା ।
ବୀଣାପାଣି ମହାନ୍ତି – ବୀଣାପାଣି ମହାନ୍ତି ଓଡିଆ ସାହିତ୍ୟ ଜଗତର ଜଣେ ପଥିତ ଯଶା ସ୍ରଷ୍ଟା ହେଉଛନ୍ତି ବୀଣାପାଣି ମହାନ୍ତି । ସେ ଏକାଧାରାରେ ଜଣେ ଅଧ୍ୟାପିକା, ସାହିତ୍ୟକା । ପ୍ରଥମେ ପ୍ରଥମେ କବିତାରୁ ଲେଖା ଆରମ୍ଭ କରିଥିଲେ ମଧ୍ୟ ପରେ ଗଳ୍ପ ଓଋ ଉପନ୍ୟାସରେ ପାଦ ଥାପିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ \”ନାଉଗଛ\” ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ସେ ୧୯୯୦ ମସିହାରେ ବହୁ ର୍ଚ୍ଚିତ ଗଳ୍ପ ପାଟଦେଇ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେହିଭଳି ୨୦୨୦ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।