ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।XIMB ର ଛାତ୍ରଛାତ୍ରୀ କରୋନାର ଶିକାର ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ ।
ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୋଭିଡ ପରୀକ୍ଷା କରାଇବା ପାଇଁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ସେହିପରି ସମସ୍ତଙ୍କୁ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗତ କିଛି ଦିନ ହେବ ରାଜ୍ୟରେ ୧୦୦ ଉପରେ ରହୁଛି । ସେହିପରି କଟକର ୨ ଘରୋଇ ଶିକ୍ଷାନୁଷ୍ଠାନରୁ ୩୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ଜିଛି ଦିନ ପାଇଁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।