ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ କିଛି ଦିନ ଭିତରେ ରାଜ୍ୟରେ କଳାବୈଶାକ୍ଷି ଜାରି ରହିଛି । ତେବେ ଆଜି ରାଜ୍ୟର ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡିଶର ୧୧ ଟି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା କାଲି ପାଇଁ ଅନୁଗୋଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ଦେବଗଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପଟେ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଗଭୀର ଅବପାତର ରୂପ ନେବା ପରେ ୪ ତାରିଖ କିମ୍ବା ୫ ତାରିଖରେ ଗୁଜରାଟ ଉପକୂଳ ସ୍ପର୍ଶ କରିବ । ଗ ଏହାର ପ୍ରଭାବରେ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୯ ତାରିଖ ବେଳକୁ ଏହା ୱେଲ୍- ମାର୍କ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ୧୦ ତାରିଖ ଦିନ ସମସ୍ତ ଉପକୂଳ ଓଡିଶା ଏବଂ ୧୧ ତାରିଖ ଦିନ ସମଗ୍ର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।