ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମଗ୍ର ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଆଜି ସକାଳୁ ପାଗ କୋହଲିଆ ରହିବା ସହ କିଛି କିଛି ସ୍ଥାନରେ ଝିପଝିପ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆସନ୍ତା କାଲି ଠାରୁ ବର୍ଷା କମିବା ସହ ପାଗରେ ପରିବର୍ତ୍ତପ ଦେଖାଯିବ । ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଥଣ୍ଡା ବଢି ପାରେ ।
କେନ୍ଦୁଝରରେ ସର୍ବାଧିକ ୧୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ୮.୬ ମିଲିମିଟର ବାରିପଦା ଓ ୩.୮ ମିଲିମିଟର ବର୍ଷା ସମ୍ବଲପୁରରେ ରେକର୍ଡ କରାଯାଇଛି । ଅନ୍ୟପଟେ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା କେନ୍ଦୁଝର, ବାରିପଦା, ଭବାନୀପାଟଣା ପାରାଦୀପରେ କୁହୁଡି ପରିଲକ୍ଷିତ କରାଯାଇଛି । ବର୍ଷା କାରଣରୁ ରାଜ୍ୟରେ ଶୀତର ପ୍ରକୋପ ବଢି ପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।