ଗଞ୍ଜାମ (ଏଟିଆର ବ୍ୟୁରୋ); ପୁଣି ଗଞ୍ଜାମରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍ଗରା ହତ୍ୟାକାଣ୍ଡ । କୂଅରୁ ମିଳିଲା ଯୁବକଙ୍କ ମୃତ ଦେହ । ତେବେ ଯୁବକଙ୍କୁ ମାରିବା ପରେ କୂଅରେ ପକେଇ ଦେଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବେଣୁଧର ମଲ୍ଲିକ । ତାଙ୍କ ଘର ଡି.ବାଲାପଙ୍କା ଗାଁରେ ବୋଲି ଜଣାପଡିଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଜାରି କରିଛି ବୋଲି ଜଣା ପଡିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ମଙ୍ଗଳ ବାର ରାତିରେ ଘରକୁ ଫେରୁଥିବା ବେଳେ ସେରଡା ଥାନା ସାନଗୋଛା ଛକରେ ଦୁର୍ବୃତ୍ତମାନେ ବେଣୁଧରଙ୍କ ଉପରକୁ ଆକ୍ରମଣ କରିଥିଲେ । ସେମାନେ ପଥରରେ ଛେଚି ଛେଚି ବେଣୁଧରଙ୍କୁ ମାରିବା ପରେ ସେଠାରୁ ନେଇ ଏକ ପରିତ୍ୱକ୍ତ କୂଅରେ ଫୋପାଡି ଦେଇଥିଲେ । ବୁଧବାର ସକାଳେ ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ କିଏ ଏବଂ କାହିଁକି ମାରିଛି ତାହା ସ୍ପଷ୍ଠ ଜଣାପଡିନାହିଁ । ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ ଜାରି କରିଛି ପୋଲିସ ।