ଭବାନୀ ପାଟଣା (ଏଟିଆର ବ୍ୟୁରୋ); ସ୍ଥାନୀୟ ହିଲ ଟାଉନ ଲେନ ୭ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଲା ଯୁବକଙ୍କ ମୃତ ଦେହ । ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକ ହେଲେ ଅଜୟ ସୁନାନୀ(୨୨) । ତାଙ୍କ ଘର ଭବାନୀ ପାଟଣା ଅନ୍ତର୍ଗତ ଆର୍କାବାହାଲ ପଡାରେ । ତେବେ ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରା ଉଚରା କରୁଛି । ମୃତ ଦେହରେ କ୍ଷତ ବିକ୍ଷତ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୋଲସି ରିପୋର୍ଟ ଅନୁଯାୟୀ ମୃତ ଅଜୟ ଏକ କୋରିୟର କମ୍ପାନୀରେ କାମ କରେ । ସବୁ ଦିନ ଘରକୁ କାମ ସରିବା ପରେ ଘରକୁ ଫେରି ଆସେ । ମାତ୍ର ଗୁରୁବାର ଘରକୁ ନଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇ ଯାଇ ପୁଅକୁ ବହୁତ ଖୋଜା ଖୋଜି କରିଥିଲେ । ପୁଅ ସାଙ୍ଗ ପାଖରେ ରହି ଯାଇଥିବ ଭାବି ଚୁପ ରହି ରହି ଯାଇଥିଲେ ପରିବାର ଲୋକ । କିନ୍ତୁ ଶୁକ୍ରବାର ସକାଳୁ ପରିତ୍ୟକ୍ତ ସ୍ଥାନରୁ ମୃତ ଦେହ ମିଳିଥିଲା । ଏହାକୁ ଦେଖିବା ପରେ ପୋଲିସ ଖବର ପାଇ ଶବୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅଜୟଙ୍କ ଦେହରେ କ୍ଷତ ବିକ୍ଷତ ଥିବାରୁ କେହି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ ।