ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୂଆବର୍ଷ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଦୁଇଦିନ ପରେ ଆରମ୍ଭ ହୋଇଯିବ ଜିରୋ ନାଇଟ ସେଲିବ୍ରେସନ ଏଥିପାଇଁ ସ୍ମାଟସିଟି ଠାରୁ ଆରମ୍ଭ କରି ସବୁ ଆଡେ ସେଲିବ୍ରେସନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଯୁବପିଢି ଠାରୁ ଆରମ୍ଭ କରି ସଭିଏଁ ନୂତନ ବର୍ଷର ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି । ତେବେ ସେଲିବ୍ରେସନରେ ଯେପରି କୌଣସି ସମସ୍ୟା ବା ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି । ଏବେ ବଡବଡ ହୋଟେଲ ଠାରୁ ଆରମ୍ଭ କରି ବିଭିନ୍ନ ଇଭେଣ୍ଟ ସଂସ୍ଥା ମାନେ ଏବେ ଜିରୋନାଇଟ ସେଲିବ୍ରେସନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯୁବପିଢି ଠାରୁ ଆରମ୍ଭ କରି ବୟସ୍କ ବି ଇଂରାଜୀ ନବବର୍ଷର ସ୍ୱାଗତ କରିବାକୁ ଜୋର ନାଇଟ ପାର୍ଟିରେ ଯୋଗ ଦେଉଛନ୍ତି ।
ତେବେ ଏହି ସମୟ ବିଭିନ୍ନ ଅପ୍ରିତୀକର ଘଟଣାମାନ ସାମ୍ମାକୁ ଆସିଥାଏ ଯାହାକୁ ଆଖିଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡା ପଦକ୍ଷେପ ମାନ ଗ୍ରହଣ କରାଯିବା ସହ କିଛି କଟକଣା ମଧ୍ୟ ଲଗାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ବିଳମ୍ବିତ ରାତିରେ ବାଣ ଫୁଟାଇବା ଓ ନାଚଗୀତ ଉପରେ ମଧ୍ୟ କଟକଣା ଲଗାଯାଇଛି । ସ୍ମାଟସିଟିରେ ୧୫ପ୍ଲାଟୁନ ପୋଲିସ ଫୋସ ମୁତୟନ କରାଯିବା ସହ ଜିରୋ ନାଇଟ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ପକ୍ଷରୁ ବ୍ରିଦିଂ ଆନାଲାଇଜର ସହଯୋଗରେ ବ୍ଲକି˚ ଓ ଚେକିଂ କରାଯିବ । ଜିରୋନାଇଟରେ ପୁବପିଢି ମଦ ପିଇ ରାସ୍ତା ଉପରେ ବିଙ୍ଖୃଳା ସୃଷ୍ଟି କରିପାରନ୍ତି ସେଥିପାଇଁ ପୋଲିସ ପକ୍ଷରୁ ବ୍ୟବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣା କରାଯାଉଛି ।