ଛତିଶଗଡ (ଏଟିଆର ବ୍ୟୁରୋ ) ; ମା ଙ୍କ ଦର୍ଶନ ସାରି ଫେରିବା ବାଟରେ ହେଲା ଅଘଟଣ । ଚାଲିଗଲା ଗୋଟିଏ ପାରିବାରର ୧୦ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଛତିଶଗଡର ଦୁର୍ଗ ଜିଲ୍ଲା ରେ । ସୂଚନା ଅନୁସାରେ , ନବରାତ୍ରି ଉପଲେକ୍ଷ ଗୋଟିଏ ପରିବାରର ୧୪ ଜଣ ସଦସ୍ୟ ଛତିଶଗଡ ଡୋଙ୍ଗରଗଡର ମା ବାମଲେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେମାନେ ସେଠାରୁ ଦର୍ଶନ ସାରି ନିଜ ଏସୟୁଭି ଗାଡିରେ ଘରକୁ ଫେରୁଥିଲେ । ହେଲେ ବିଧିର ବିଧାନରେ ଲେଖାଥିଲା କିଛି ଏମିତି । ରାସ୍ତାରେ ଫେରୁଥିବା ସମୟରେ ଏସୟୁଭି ସହ ସାମ୍ନା ପଟୁ ଏକ ଟ୍ରକର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୧୦ ଜଣଙ୍କ ଜୀବନ । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ତା ଗୁରୁତର ରହିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ନାଗପୁର – ରାୟପୁର ଜାତୀୟ ରାଜପଥରେ ହୋଇଥିବା ଜଣପଡିଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତଜାରି ରଖିଛି ।
JUST IN
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024