ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିଜର କମ ଓଜନକୁ ନେଇ ଚିନ୍ତିତ ଅଛନ୍ତି କି ? ପ୍ରତ୍ୟେକ ଦିନ ଖାଇବାରେ ସାମିଲ କରନ୍ତୁ ସୋୟାବିନ । ସୋୟାବିନ ବଡି ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ସୋୟାବିନରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । କ୍ୟାଲସିୟମ ଓ ଫାଇବର ସୋୟାବିନରେ ପ୍ରଚୁର ପରିମାଣରେ ଥିବାରୁ ଏହା ହାଡକୁ ମଜବୁତ କରିଥାଏ । ଏଥିରେ ପ୍ରୋଟିନର ମାତ୍ରା ମଧ୍ୟ ଅଧିକ ଥାଏ ।
ସୋୟାବିନ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥିବା ବେଳେ ଏଥିରେ ଫେରିଟିନ ଆଇରନ ଥିବାରୁ ଏହା କେଶ ବଢିବାରେ ସହାୟକ ହୋଇଥାଏ ।
ସୋୟାବିନରେ ଏକ ଖାସ ତତ୍ତ୍ୱ ଆମିନୋ ଲାଇଜିନ ରହିଥାଏ ଏବଂ ଏହା ଶରୀରରେ ସବୁ ପ୍ରକାର ପ୍ରୋଟିନ ପାଇଁ ବିଲ୍ଡିଙ୍ଗ ବ୍ଲକ ତିଆରି କରିଥାଏ ।
ଯଦି ଆପଣ ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଦିନକୁ ପ୍ରାୟ ୩୦ ରୁ ୫୦ ଟି ସୋୟାବିନ ବଡି ଖାଆନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଜନ ୩ ମାସ ମଧ୍ୟରେ ବୃଦ୍ଧି ପାଇବ ।