ବାଲେଶ୍ୱର ( ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ବଢୁଛି ତାତି । ଜୁଆଡେ ଦେଖିବ ସିଆଡେ ଧୁଧୁ ଖରା । ଦିନ ୧୦ ଟା ହେଲେ ଜୀବନ ଛାଡି ଯାଉଛି । ତତଲା ପବନକୁ ନିଆଁ ବର୍ଷା ଅସ୍ତ ବ୍ୟସ୍ତ କରିଦେଉଛି ଜୀବନକୁ । ଖରା ସହି ନପାରି ଚାଲି ଗଲା ଜୀବନ । ସକାଳୁ କାମ କରିବାକୁ ଯାଇଥିଲେ ବିଲକୁ, ଖରା ଅଧିକ ହେଲାରୁ ଫେରୁଥିଲେ ଘରକୁ । ଦଇବ ସହିଲା ନାହିଁ ଅଧା ବାଟରେ ଖରା ନେଇଗଲା ଜୀବନ । ଏମତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଭୋଗରାଇ ଜୟରାମପୁର ଗାଁରେ । ରାଜ୍ୟରେ ଅଂଶୁଘାତ ନେଲା ପ୍ରଥମ ଜୀବନ । ସେ ପୁଣି ଜଣେ ଚାଷୀଙ୍କର । ମୃତ ଚାଷୀ ଜଣଙ୍କ ହେଉଛନ୍ତି ଅଜୟ ଘୋଷ ।
ସୂଚନା ଅନୁସାରେ ଅଜୟ ସକାଳୁ ଚାଷ ଜମିକୁ ଯାଇଥିଲେ । ସେଠାରେ ଅଧିକ ଖରା ହେବାରୁ ସେ ନିଜ ଘରକୁ ଫେରୁଥିଲେ ହେଲେ ଅଧା ରାସ୍ତାରେ ଖରା ସହି ନପାରି ଅଧା ରାସ୍ତାରେ ଅଚେତ ହୋଇଗଲେ । ପରେ ସେଠାରେ ସ୍ଥାନୀୟ ଲୋକ ତାଙ୍କୁ ସଂଗେ ସଂଗେ ଜଳେଶ୍ୱରପୁର ଚିକିତ୍ସା କେନ୍ଦ୍ରକୁ ନେଇ ଯାଇଥିଲେ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତର ସୂଚନା ଦେଇଛନ୍ତି ଏହା ଅଂଶୁଘାତ ଜନିତ ମୃତ୍ୟୁ । ଭୋଗରାଇ ପୁଲିସ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ରାଜ୍ୟରେ ବର୍ତ୍ତମାନ ଅଧିକ ଗ୍ରଷ୍ମ ଲହରୀ ପ୍ରଭାହିତ ହେଉଥିବାରୁ ସରକାରଙ୍କ ପକ୍ଷରୁ ଦିନ ୧୧ ଟା ପରେ କୌଣସି ଶାରିରୀକ ପରିଶ୍ରମ କରିବାକୁ ବାରଣ କରାଯାଇଛି ।