ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କରେ ଲୋପ୍ରେସରରେ ପରିଣତ ହୋଇଛି । ଯେଉଁ କାରଣରୁ ଦୁଇ ଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ହେଉଛି । ରାତି ଦିନ ଛେଚୁଛି । ଛାଡିବାର ନାଁ ଧରୁନି । ଲଗାଣ ବର୍ଷା ପାଇଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି । ତେବେ ଆଜି ୧୯ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ୮ଟି ଜିଲ୍ଲାରେ ରେଡ ୱାର୍ଣ୍ଣଂ ଜାରି କରାଯାଇଛି ।
୧୯ଟି ଜିଲ୍ଲା ହେଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ତେବେ ଏଥି ମଧ୍ୟରୁ ରେଡ ୱାର୍ଣ୍ଣିଂ ହୋଇଥିବା ୮ଜିଲ୍ଲା ହେଲା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବରଗଡ଼।ଲଘୁଚାପ ପ୍ରଭାବରେ ୩ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।