ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟକୁ ଆସୁଛି ବଡ ବର୍ଷା । ପ୍ରବଳ ବର୍ଷିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତି ସମୟରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହାପରେ ପୁଣି ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଜୁଲାଇ ୨୧ ସୁଦ୍ଧା ଅବପାତରେ ପରିଣତ ହୋଇ ୨୨ ତାରିଖରେ ଗଭୀର ଅବପାତରେ ପରିଣତ ହୋଇ ଓଡିଶା ଉପକୂଳ ଅତିକ୍ରମ କରିବ ।
ସେପଟେ ମୌସୁମୀ ଋତୁ ହେଲେ ସୁଦ୍ଧା ଏବେ ଯାଏଁ ରାଜ୍ୟରେ ନିଅଁଣ୍ଟିଆ ବର୍ଷା ଦେଖା ଦେଇଛି ।