ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘନଉଛି ଆଉ ଏକ ଲଘୁଚାପ । ଆସନ୍ତା ୧୯ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଅଧିକ ମାତ୍ରାରେ ଘନିଭୂତ ହୋଇ ଅବତାପ ରୂପ ନେଇପାରେ । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ ହୋଇ ୨୧ ତାରିଖ ଯାଏଁ ଲାଗି ରହିବ । ଯାହାଫଳରେ ଦକ୍ଷୀଣ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
ପ୍ରବଳ ବର୍ଷା ଥିବା ଯୋଗୁଁ ରାଜ୍ୟର ୫ଟି ଜିଲ୍ଲା ତଥା ମାଲକାନାଗିରି, କୋରାପୁଟ, ରୟାଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାକୁ ଆରେଞ୍ଜ ୱାର୍ଣ୍ଣିଂ ଏବଂ ୨୧ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କୋରାପୁଟ, ରାୟଗଡା, ମାଲକାନାଗିରି, ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।