ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତତଲା ତାୱାରେ ସିଝୁଛିି ରାଜ୍ୟ । ଆଗକୁ ଆହୁରୁ ସିଝେଇବ । ଆଗାମୀ ୩ ଦିନ ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ୭୨ ଘଣ୍ଟା ମଧ୍ୟରେ ୩ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଏପ୍ରିଲ ୧୩ ରୁ ୧୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ୧୩ , ୧୪ ଏବଂ ୧୫ ରେ କିଛି ଆଭ୍ୟନ୍ତରୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅର୍ଥାତ ହିଟ୍ ୱେଭ ପାଇଁ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର ।