ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବର୍ଷାର ପ୍ରକୋପ ଧୀରେ ଧୀରେ ବଢିବା ସହ ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ ବୋଲି ଜାଣିବାକୁ ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହିତ ସତର୍କ ରହିବା ପାଇଁ ମଧ୍ୟ ସେ କହିଛନ୍ତି ।
ସେ କହିଛନ୍ତି କି , ଏବେ ଦକ୍ଷିଣ ଓଡିଶାରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହୁଛି । ପବନର ବେଗ କ୍ରମେ ବଢିପାରେ । ଏହାସହିତ ଉତ୍ତର ଓଡିଶାରେ ଏକ ଶହରୁ ଏକ ଶହ ୨୫ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।
ଏହାସହିତ ବାତ୍ୟା ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷୀଣରେ ୪୭୦ କିମି ଦୁରରେ ରହିଛି । ଏହା ଘଣ୍ଟା ପ୍ରତି ୧୪ କିମି ବେଗରେ ଉତ୍ତରପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ଅପରାହ୍ନରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ।