ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୋଟେ ବାତ୍ୟା ପରେ ମାଡି ଆସୁଛି ଆଉ ଏକ ବାତ୍ୟା । ଆରବ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ତୌକତେରେ ପରିଣତ ହୋଇ ତାଣ୍ଡବ ରଚିବା ପରେ ପୁଣି ଏକ ବାତ୍ୟା ମାଡି ଆସୁଛି । ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଆଉ ଏକ ସାମୁଦ୍ରିକ ଝଡ । ପାଣିପାଗ ଆକଳନ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ଓଡିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇପାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ,ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ସୁପର ସାଇକ୍ଲୋନ ‘ୟଶ’ । ମେ ୨୩ ରୁ ୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପ୍ରତ୍ୟେକ ବର୍ଷ ମେ ମାସରେ ବାତ୍ୟା ହେଉଥିବାରୁ ମେ ମାସକୁ ବାତ୍ୟା ମାସ ବୋଲି କୁହାଯାଉଛି । ସେହିପରି ନିକଟରେ ଗୋଟେ ବାତ୍ୟାରେ ହୋଇଥିବା କ୍ଷକ୍ଷତିର ସମୀକ୍ଷା ନହେଉଣୁ ଡରାଇଲାଣି ଆଉ ଏକ ବାତ୍ୟାର ଭୟ ।