ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯିବା ସହ ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ୧୭ ଟି ଜିଲ୍ଲା ମଧ୍ୟରେ ପୁରୀ,ଖୋର୍ଦ୍ଧା,ବାଲେଶ୍ୱର,ଜଗତସିଂହପୁର,କେନ୍ଦ୍ରାପଡା,କେନ୍ଦୁଝର,ଅନୁଗୁଳ,ଗଂଜାମ ଆଦି ଜିଲ୍ଲା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ,ନବରଙ୍ଗପୁର,ମାଲକାନଗିରି,ସୁବର୍ଣ୍ଣପୁର,ଢେଙ୍କାନାଳ,ସମ୍ବଲପୁର,ଅନୁଗୁଳ,ଭଦ୍ରକ,ନୟାଗଡ,କନ୍ଧମାଳ,ବୌଦ୍ଧ,ଯାଜପୁର,କଟକ,ଆଦି ସ୍ଥାନରେ କାଳବୌଶାଖୀ ହେବାର ସମ୍ଭାବନା ରହିଛି । ମୌାସୁମୀ ଦୁର୍ବଳ ଥିଲେ ମଧ୍ୟ ୪ ରୁ ୫ ଦିନ ପର୍ଯ୍ୟନ୍ତ କାଳବୌଶାଖୀ ହେବାର ସମ୍ଭାବନା ରହିଛି ।
ସେହିପରି ୧୨ ରୁ ୧୩ ତାରିଖ ମଧ୍ୟରେ ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ ଓ ୧୪ ତାରିଖରେ ଏହା ସାମାନ୍ୟ କମିବା ପରେ ପୁଣି ବର୍ଷା ବଢିବ ବୋଲି ଆଞ୍ଚଳିକ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ ରହିବାକୁ ଏସଆରସି ଚିଠି ଲେଖିଛନ୍ତି ।