ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଆରମ୍ଭ ହେଇଯାଉଛି ଅସହ୍ୟ ତାତି । ତତଲା ପବନ ସାଙ୍ଗକୁ ମୁଣ୍ଡଫଟା ଖରା । ସେହିପରି ସକାଳ ସାଢେ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯିବା ସହ ସବୁଠି ଉତ୍ତପ୍ତ ସହର ହୋଇଛି ଚାନ୍ଦବାଲି ।
ରିପୋର୍ଟ ମୁତାବକ, ଚାନ୍ଦବାଲି ୩୧.୬ ଡିଗ୍ରୀ, କେନ୍ଦୁଝର ୩୧ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ଝାରସୁଗୁଡା ୩୦ ଡିଗ୍ରୀ, ଭୁବନେଶ୍ୱର ୨୯.୮ ଡିଗ୍ରୀ, ପାରାଦୀପ ୨୯.୬ ଡିଗ୍ରୀ, ରାଉରକେଲା ୨୯.୪ ଡିଗ୍ରୀ, ଗୋପାଳପୁର ୨୯.୪ ଡିଗ୍ରୀ, ବାଲେଶ୍ୱର ୨୯ ଡିଗ୍ରୀ, ପୁରୀ ୨୯ ଡିଗ୍ରୀ, ହୀରାକୁଦ ୨୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।