ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ରାଜ୍ୟରେ ବଢିବ ଥଣ୍ଡା କମିବ ତାତି । ବଦଳିବ ପାଗ । ସ୍ୱଭାବିକଠୁ ୨ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ପାରଦ । ଯାହାଦ୍ୱାରା ଏବେ ରାଜ୍ୟରେ ଶୀତ ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଓ ଓଡିଶାକୁ ପ୍ରବେଶ କରୁଥିବା ପୂର୍ବ ତରଙ୍ଗାୟିତ ଗରମ ଶୁଷ୍କ ବାୟୁ ପ୍ରବାହ କମିବ । ସେହିପରି ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାକୁ ଯାଉଛି । ଏହାର ପ୍ରଭାବରେ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ବଢିବ । ସାରା ରାଜ୍ୟରେ ରାତି ତାପମାତ୍ରା ହ୍ରାସ ପାଇବ । ବିଶେଷକରି ରାୟଗଡା,କୋରାପୁଟ,କେନ୍ଦୁଝର, ଭଦ୍ରକ,ଯାଜପୁର,ଢେଙ୍କାନାଳ,କନ୍ଧମାଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ ।